ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ନୂଆ ମୋଡ । ବର୍ତ୍ତମାନ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ କନେକ୍ସନ ଉପରେ କରିବ ଯାଞ୍ଚ । କିଛି ଦିନ ହେବ ରିଆ ଚକ୍ରବର୍ତ୍ତୀଙ୍କୁ ନେଇ ଚର୍ଚ୍ଚା । କାରଣ ତାଙ୍କ ଡିଲିଟ ହ୍ବାଟ୍ସଆପ ଚାର୍ଟରୁ ଜଣାପଡିଛି ଯେ ସେ କିଛି ଡ୍ରଗ୍ସ ଡିଲରଙ୍କ ସହ ସମ୍ପୃକ୍ତ ଥିଲେ । ଏବେ ଏହାକୁ ଆଧାର କରି ଯାଞ୍ଚ କରାଯିବ । ସେପଟେ ଡ୍ରଗ ମାମଲାରେ ଜଣେ ସାକ୍ଷୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଯିଏ ସୁଶାନ୍ତଙ୍କ ଚରସ ଓ ମାରିଜୁଆନ ନାମକ ଡ୍ରଗର ଶିକାର ହେବା କଥା କହିଛନ୍ତି ।
ସେଲିବ୍ରିଟି ପାର୍ଟିରେ ମହଙ୍ଗା ଚରସ, ଖୁଲାସା କଲେ ସୁଶାନ୍ତଙ୍କ ଏକ୍ସ ବଡିଗାର୍ଡ - ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ନୂଆ ମୋଡ
ସୁଶାନ୍ତଙ୍କ ମାମଲାରେ ଏବେ ଡ୍ରଗ ଡିଲିଂ କଥା ସାମ୍ନାକୁ ଆସିଛି । ଯାହାର ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ତାଙ୍କ ଏକ୍ସ ବଡିଗାର୍ଜ ମୁଶତାକ ।

ସୁଶାନ୍ତଙ୍କ ପୂର୍ବତନ ବଡିଗାର୍ଡ ମୁଶତାକ ଏକ ସାକ୍ଷାତକାରରେ ଏହି ବିଷୟରେ ଖୁଲାସା କରିଛନ୍ତି । ଯେଉଁଥିରେ ସେ ଜଣାଇଛନ୍ତି, ‘ବଲିଉଡ ଷ୍ଟାର୍ସ ବ୍ୟକ୍ତିଗତ ପାର୍ଟିରେ ଆଉ ନିଜ କାରରେ ଯାତ୍ରା କରୁଥିବା ସମୟରେ ମହଙ୍ଗା ଓ ଇମ୍ପୋର୍ଟେଡ ଚରସ ନେଉଥିବାର ଦେଖିଛନ୍ତି । ସୁଶାନ୍ତ ମଧ୍ୟ ଧିରେ ଧିରେ ଏହି ନିଶାଦ୍ରବ୍ୟ ନେବା ଆରମ୍ଭ କରିଥିଲେ ।’ ମୁଶତାକ ଗତ ବର୍ଷ ସୁଶାନ୍ତଙ୍କ କାମ ଛାଡିବା ପରେ 9 ମାସ ପର୍ଯ୍ୟନ୍ତ ଆଉ ଜଣେ ଆକ୍ଟରଙ୍କ ପ୍ରାଇଭେଟ ସିକ୍ୟୁରିଟି ଏକ୍ସପର୍ଟ ରୂପେ କାମ କରିଥିଲେ ।
ପ୍ରକାଶ ଥାଉକି ମୁଶତାକଙ୍କ ପୂର୍ବରୁ ସୁଶାନ୍ତଙ୍କ ହାଉସକିପର ନୀରଜ ପୋଲିସକୁ ଦେଇଥିବା ବୟାନରେ କହିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ମାରିଜୁଆନ ସିଗାରେଟ ନେଉଥିବାର ଦେଖିଥିଲେ । ଯାହାଦ୍ବାରା ତାଙ୍କ ମାନସିକ ଚିନ୍ତା ମଧ୍ୟ ବଢିବାରେ ଲାଗିଥିଲା ।