ମୁମ୍ବାଇ: ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଏବେ ତାଙ୍କ କେସ ସିବିଆଇକୁ ହସ୍ତାନ୍ତର ହୋଇଛି । ସେହିପରି ମୁମ୍ବାଇ ପୋଲିସକୁ ଏଯାବତ କରିଥିବା ତଦନ୍ତର ସବୁ ରିପୋର୍ଟ ସିବିଆଇକୁ ଦେବାକୁ ଆଦେଶ ଦିଆଯାଇଛି । ଖାଲି ଏତିକି ନୁହେଁ ପାଟନାରେ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ମଧ୍ୟ ନ୍ୟାୟଯୁକ୍ତ କହିଛନ୍ତି ସୁପ୍ରିମକୋର୍ଟ । ଏହାପୂର୍ବରୁ ସୁଶାନ୍ତଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଜାରି ରଖିଆସୁଛିନ୍ତି । ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲେଣି ଇଡି ।
ନିର୍ଦ୍ଦେଶକ ରୁମୀଙ୍କ ବୟାନ ରେକର୍ଡ କରିବେ ଇଡି, ପଠାଇଲେ ସମନ - ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଶୁଣାଇଛନ୍ତି
ସୁଶାନ୍ତ ଓ ରିଆଙ୍କୁ ନେଇ ନିଜ ଆଗାମୀ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ନିର୍ଦ୍ଦେଶକ ରୁମୀଙ୍କୁ ପଚରାଉଚରା କରିବେ ଇଡି । ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସ ନେଇ ସାରିଛି ତାଙ୍କ ବୟାନ ।

ଡିଜାଇନ ଫଟୋ
ଆଉ ଏବେ ଶୁଣିବାକୁ ମିଳୁଛି ଇଡି ଫିଲ୍ମ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କୁ ପଚରାଉଚରା କରିବ । ରୁମୀ ସେହି ଫିଲ୍ମ ନିର୍ଦ୍ଦେଶକ ଯିଏ ସୁଶାନ୍ତଙ୍କ ସହ ରିଆଙ୍କୁ ନେଇ ନିଜ ଆଗାମୀ ଫିଲ୍ମ ନିର୍ମାଣ କରିଥାଆନ୍ତେ । ଶୁଣିବାକୁ ମିଳୁଥିଲା ଯେ ଲକଡାଉନ ପରେ ସୁଶାନ୍ତ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଥାଆନ୍ତେ । ଫିଲ୍ମ ପାଇଁ ସୁଶାନ୍ତଙ୍କ 15 କୋଟି ଟଙ୍କା ମଧ୍ୟ ଅଫର ହୋଇଥିଲା । ଏହି ମାମଲାରେ ଡିଟେଲ୍ସ ଜାଣିବା ପାଇଁ ରୁମୀଙ୍କ ବୟାନ ରେକର୍ଡ କରିବେ ଇଡି । ଯାହାପାଇଁ ତାଙ୍କୁ ସମନ ପଠାଯାଇଛି ।
ପ୍ରକାଶ ଥାଉକି ଇଡିଙ୍କ ପୂର୍ବରୁ ରୁମୀଙ୍କ ଷ୍ଟେଟମେଣ୍ଟ ମୁମ୍ବାଇ ପୋଲିସ ନେଇଥିଲା ।