ଓଡିଶା

odisha

ETV Bharat / sitara

ବଲିଉଡ ଡ୍ରଗ୍ସ ଲିଙ୍କ୍‌: ଆଉ ଜଣେ ଡିଲରକୁ ଗିରଫ କଲା ଏନସିବି - ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଯାଞ୍ଚ

ଡ୍ରଗ୍ସ ମାମଲାକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଧରା ପଡିଲା ଆଉ ଜଣେ ଅଭିଯୁକ୍ତ । କଳାକାରଙ୍କୁ ଯୋଗାଉଥିବା ଡ୍ରଗ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 6, 2020, 8:27 AM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ କନେକ୍ସ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏଯାବତ ଯାଞ୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପ୍ରାୟ 30 ଜଣଙ୍କୁ ଗିରଫ କରାଯାଇଛି। ଆଉ ଏବେ ଏନସିବି ହାତରେ ଧରାପଡିଛି ଆଉ ଜଣେ ବ୍ୟକ୍ତି। ଗିରଫ ହୋଇଥିବା ବ୍ୟକ୍ତି ଉପରେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ କଳାକାରଙ୍କୁ ଡ୍ରଗ୍ସ ଯୋଗାଉଥିବାର ଅଭିଯୋଗ ହୋଇଛି ।

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଏହି ଅଭିଯୁକ୍ତର ନାମ ମଧ୍ୟ ସାମିଲ ଅଛି। ଏନସିବି ଅଭିଯୁକ୍ତକୁ ବିଭିନ୍ନ ପ୍ରକାର ଡ୍ରଗ୍ସ ସହିତ ଗିରଫ କରିଛି।

ଅଭିଯୁକ୍ତ ଅବଦୁଲ ୱାହିଦଙ୍କୁ ବୁଧବାର ମୁମ୍ବାଇର ଆନ୍ଧେରି ଅଞ୍ଚଳର ଆଜାଦ ନାଗର ମେଟ୍ରୋ ଷ୍ଟେସନରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ 650 ଗ୍ରାମ ଗଞ୍ଜେଇ, କିଛି ମେଫେଡ୍ରୋନ୍, ଚରସ, 1.75 ଲକ୍ଷ ଟଙ୍କା ଏବଂ ଏକ କାର ଜବତ କରାଯାଇଛି ।

ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ଟିଭି ସିରିଏଲ ସହ ଜଡିତ ଲୋକଙ୍କୁ ଡ୍ରଗ୍ସ ଯୋଗାଉଥିବାରୁ ୱାହିଦଙ୍କ ଗିରଫ କରାଯିବା ଏକ ବଡ ସଫଳତା ପରି । ୱାହିଦ୍ ଡ୍ରଗ୍ସ ମାମଲାରେ ଆହୁରି ଅନେକ ବଡ଼ ଖୁଲାସା କରିପାରନ୍ତି। ୱାହିଦ୍ ଡ୍ରଗ୍ସ ଯୋଗାଇବାରେ ବ୍ୟବହାର କରୁଥିବା ବଡ ନାମ ଜାଣିବା ପାଇଁ ଏନସିବି ଚେଷ୍ଟା ଚଳାଇଛି।

ଏନସିବି ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଯାଞ୍ଚରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେକଙ୍କୁ ଗିରଫ କରିଥିଲା। ଚକ୍ରବର୍ତ୍ତୀ ବର୍ତ୍ତମାନ ଜାମିନରେ ଅଛନ୍ତି। ଏହା ବ୍ୟତୀତ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଥିଲା।

ABOUT THE AUTHOR

...view details