ଓଡିଶା

odisha

ETV Bharat / sitara

ରିଆଙ୍କ ଜାମିନ ଦାବି କଲେ କନିକା

ରିଆଙ୍କ ଗିରଫ ଉପରେ ପ୍ରଶ୍ନବାଚୀ ସଷ୍ଟି କଲେ କନିକା ଢିଲ୍ଲନ । ଏହାସହ ସେ ଜାତୀୟ ମହିଳା ଆୟୋଗ ଠାରୁ ଉତ୍ତର ମଧ୍ୟ ମାଗିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Oct 6, 2020, 7:21 PM IST

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଆଉ କିଛି ଦିନ ଜେଲରେ ରହିବେ । କାରଣ ଏନଡିପିଏସ୍ କୋର୍ଟ ରିଆ, ସୌଭିକଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର 20 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ କନେକ୍ସନ ପାଇଁ ତାଙ୍କୁ ଗିରଫ କରିଥିଲା ଏନସିବି । ଏବେ ରିଆଙ୍କ ଜାମିନ ଦାବି କରି ଚର୍ଚ୍ଚାରେ ଫେମସ ଲେଖିକା କନିକା ଢିଲ୍ଲନ । ଏହାସହ ସେ ରିଆଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । କନିକା ‘କେଦାରନାଥ’ ଓ ‘ମନମର୍ଜିଆ’ ଫିଲ୍ମର କାହାଣୀ ଲେଖିଥିଲେ ।

ସେ ସୁଶାନ୍ତଙ୍କ ମାମଲାରେ ଏମ୍ସର ଫରେନ୍ସିକ ରିପୋର୍ଟ ଆସିବା ପରେ ରିଆଙ୍କୁ ସମର୍ଥନ କରି ତାଙ୍କ ଜାମିନ ଦାବି କରିଛନ୍ତି । କନିକା ଏକ ଟ୍ବିଟ କରିଛନ୍ତି, ‘ବର୍ତ୍ତମାନ ଏହି ଷଡଯନ୍ତ୍ରକୁ ପ୍ରତ୍ୟାଖ୍ୟାନ କରାଯାଉଥିବାରୁ ରିଆ ବର୍ତ୍ତମାନ ସୁଦ୍ଧା ଜେଲରେ ଅଛନ୍ତି। ସିବିଆଇ ସ୍ପଷ୍ଟ ଭାବେ କହିଛି ଯେ ଏଥିରେ କୌଣସି ଭୁଲ ଦେଖାଯାଉ ନାହିଁ । କେତେ ଦିନ ଏବଂ କେଉଁ ଅଭିଯୋଗରେ ସେମାନଙ୍କୁ ଜେଲରେ ରଖାଯିବ ଏବଂ ଜାମିନ ନାମଞ୍ଜୁର ହେବ? ଜାତୀୟ ମହିଳା ଆୟୋଗ ଏହାର ଉତ୍ତର ଦେଇ ପାରିବେ କି?’

ABOUT THE AUTHOR

...view details