ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ସିବିଆଇ ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି ମଧ୍ୟ କଡାକଡି ଯାଞ୍ଚ କରୁଛନ୍ତି । ହେଲେ ପ୍ରତିଦିନ ତାଙ୍କ କେସରେ କିଛି ନା କିଛି ଖବର ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଡିଲିଂ କଥା ସାମ୍ନାକୁ ଆସିଥିଲା । ଆଉ ଏବେ ସୁଶାନ୍ତଙ୍କ ଏକ ଅଡିଅ ଟେପ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ଆର୍ଥିକ ସମସ୍ୟା ଓ ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ । ଖାଲି ଏତିକି ନୁହେଁ ସେହି ଅଡିଓ ଟେପରେ ସେ ନିଜ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଯଦି ନିଜ ମହଙ୍ଗା ଗାଡି ଓ ଅନ୍ୟ ସମ୍ପତ୍ତି ଛାଡିବାକୁ ପଡେ ତେବେ ସେ ମନା କରିବେ ନାହିଁ ବୋଲି କହିଥିଲେ ।
35 ମିନିଟ୍ର ଏହି ଅଡିଓ ଟେପରେ ସୁଶାନ୍ତଙ୍କ ମାନସିକ ଚିନ୍ତା ବିଷୟରେ ରିଆ ତାଙ୍କ ସହ ଆଲୋଚନା କରିଥିଲେ । ଏହି ଦୁଇଜଣଙ୍କ ବ୍ୟତୀତ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ଓ ଓକିଲ ମଧ୍ୟ ଏହି କଥାବାର୍ତ୍ତାରେ ସାମିଲ ଥିଲେ । ସେହିପରି ଏହି ଆଲୋଚନାରେ ଅବସର ନେବା ଯୋଜନା, କାର ବିକ୍ରି କରିବା ଓ ଅଯଥା ଖର୍ଚ୍ଚ ବନ୍ଦ କରିବା ଇତ୍ୟାଦି କଥାବାର୍ତ୍ତା ହୋଇଥିଲେ ସମସ୍ତେ ।