ମୁମ୍ବାଇ: ପର୍ଯ୍ୟାପ୍ତ ପ୍ରମାଣ ହେତୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଅନୁସନ୍ଧାନକାରୀ ସଂସ୍ଥା ଅସହାୟ ବୋଲି କହିବା ପରେ ଅଭିନେତା ଶେଖର ସୁମନ ମନ କଥା ପ୍ରକାଶ କରିଛନ୍ତି । ବୁଧବାର ସେ କହିଛନ୍ତି ଯେ କେବଳ ସୁଶାନ୍ତଙ୍କ ମୃତ୍ୟୁ ଯାଞ୍ଚରେ କୌଣସି ଚମତ୍କାର ଘଟୁ ବୋଲି ସେ ଆଶା କରିଛନ୍ତି ।
ଆଉ ଟ୍ବିଟ କରି ଲେଖିଛନ୍ତି, ‘ମତେ ଭେଟୁଥିବା ଅନେକ ଲୋକ ସୁଶାନ୍ତଙ୍କ ମାମଲାରେ ପ୍ରଶ୍ନ ପଚାରୁଛି ଏବଂ ମୁଁ କହୁଛି, ହୁଏତ ଏହାର ଉତ୍ତର ମୋ ପାଖରେ ଥାନ୍ତା । ଆଶା ଏବଂ ପ୍ରାର୍ଥନା କରିବା ବ୍ୟତୀତ ହୁଏତଃ ଗୋଟିଏ ଦିନ ଏକ ଚମତ୍କାର ଘଟିବ, ତୁମେ ଆଉ କିଛି କରିପାରିବ ନାହିଁ ।’