ଓଡିଶା

odisha

କାହିଁକି ଜୁନ 8ରେ ସୁଶାନ୍ତଙ୍କୁ ଘରେ ଛାଡି ଚାଲି ଯାଇଥିଲେ ରିଆ?

ରିଆ ଓକିଲଙ୍କ ଖୁଲାସା । ସାମ୍ନାକୁ ଆସିଲା ସୁଶାନ୍ତଙ୍କୁ ନେଇ ନୂଆ ଖବର । ରିଆ ଜୁନ 8ରେ ସୁଶାନ୍ତଙ୍କ ଘର ଛାଡିବା ପଛର କାହାଣୀ କହିଲେ ଓକିଲ ।

By

Published : Aug 18, 2020, 6:51 PM IST

Published : Aug 18, 2020, 6:51 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ଅଭିନେତ୍ରୀ ରିଆ ତକ୍ରବର୍ତ୍ତୀ ସନ୍ଦେହ ଘେରରେ । ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଘରେ ରହୁଥିଲେ ରିଆ । ହେଲେ ସୁଶାନ୍ତଙ୍କ ଆତ୍ମହତ୍ୟାର ମାତ୍ର 6 ଦିନ ପୂର୍ବରୁ ତଥା ଜୁନ 8 ତାରିଖରେ ରିଆ ତାଙ୍କ ଘର ଛାଡି ଚାଲିଯାଇଥିଲେ । ଶୁଣିବାକୁ ମିଳୁଛି ଯେ ଦୁଇଜଣଙ୍କ ମଧ୍ୟରେ ଝଗଡା ହେବାରୁ ସୁଶାନ୍ତ ତାଙ୍କୁ ନିଜ ଘରକୁ ଚାଲିଯିବାକୁ କହିଥିଲେ । ଏବେ ଏହି କଥା ଉପରେ ରିଆଙ୍କ ଓକିଲ ସତୀଶ ମାନୋସିନ୍ଦେ ପ୍ରତିକ୍ରିୟା ଦେଇ ଜଣାଇଛନ୍ତି ଯେ ରିଆ କାହିଁକି ସୁଶାନ୍ତଙ୍କ ଘର ଛାଡି ଜୁନ 8ରେ ନିଜ ଘରକୁ ଚାଲିଯାଇଥିଲେ ।

ଏକ ସାକ୍ଷାତକାରରେ ସତୀଶ କହିଥିଲେ ଯେ ଜୁନ 8ରେ ରିଆ, ସୁଶାନ୍ତଙ୍କୁ ଏକାଠି ଛାଡି ଯିବାକୁ ଚାହୁଁନଥିଲେ । ହେଲେ ସୁଶାନ୍ତ ଏକ ଜିଦ ଧରିଥିଲେ ଯେ ରିଆ ତାଙ୍କ ଘର ଛାଡି ଚାଲିଯାଆନ୍ତୁ ବୋଲି । ସୁଶାନ୍ତ ନିଜ ପରିବାର ସହ ସାକ୍ଷାତ କରିବା ପାଇଁ ଅନେକଥର ଫୋନ କରିଥିଲେ । କିଛି ଦିନ ପରେ ତାଙ୍କ ପରିବାରରୁ ଜବାବ ଆସିଥିଲା ଆଉ ତାଙ୍କ ଭଉଣୀ ମିତୁ ସିଂ ତାଙ୍କ ସହ ରହିବା ପାଇଁ ରାଜି ହୋଇଥିଲେ । ସେହି ସମୟରେ ରିଆଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ତାଙ୍କ ଭିତରେ ଏଞ୍ଜାଇଟି ଓ ପ୍ୟାନିକ ଆଟାକ ସମସ୍ୟା ଦେଖା ଦେଇଥିଲା । ସୁଶାନ୍ତଙ୍କ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ତାଙ୍କ ସମସ୍ୟା ବଢାଇ ଦେଉଥିଲା । ଭଉଣୀ ଆସିବା ପରେ ସୁଶାନ୍ତ, ରିଆଙ୍କୁ କହିଥିଲେ ନିଜ ଘରକୁ ଚାଲିଯିବାକୁ । ତାଙ୍କ କଥା ମାନି ରିଆ ନିଜ ପିତା-ମାତାଙ୍କ ଘରକୁ ଯାଇଥିଲେ ।

ABOUT THE AUTHOR

...view details