ଓଡିଶା

odisha

ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା, ରିଆ-ସୌଭିକଙ୍କ ବେଲ୍ ଆବେଦନର ଆଜି ଶୁଣାଣି - ଗୁରୁବାର ରିଆ ଚକ୍ରବର୍ତ୍ତୀଙ୍କ ଆବେଦନ ଶୁଣାଣି

ଆଉ କିଛି ସମୟ ମଧ୍ୟରେ ରିଆ ଓ ସୌଭିକଙ୍କ ଆବେଦନ ଶୁଣାଣି ହେବାକୁ ଯାଉଛି । ରିଆ ଓ ସୌଭିକଙ୍କ ଜାମିନ ଆବେଦନ ଗୁରୁବାର ସ୍ପେଶାଲ କୋର୍ଟ ମୁମ୍ବାଇରେ ଶୁଣାଣି ପାଇଁ ସ୍ଥିର ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 10, 2020, 12:48 PM IST

ମୁମ୍ବାଇ: ମଙ୍ଗଳବାର ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି କରିବେ ସ୍ବତନ୍ତ୍ର ଅଦାଲତ । ଏହାର ସୂଚନା ଦେଇଛନ୍ତି ରିଆଙ୍କ ଓକିଲ ସତୀଶ ମାନସିନ୍ଦେ । ରିଆ ଓ ସୌଭିକଙ୍କ ଜାମିନ ଆବେଦନ ଗୁରୁବାର ସ୍ପେଶାଲ କୋର୍ଟ ମୁମ୍ବାଇରେ ଶୁଣାଣି ପାଇଁ ସ୍ଥିର ହୋଇଛି ବୋଲି 20 ପୃଷ୍ଠାର ଜାମିନ ଆବେଦନର ଏକ କପି ସହିତ ତାଙ୍କ ଓକିଲ ବୁଧବାର ଜଣାଇଥିଲେ ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା ଡ୍ରଗ୍ସ ଲିଙ୍କରେ ରିଆଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିଆଙ୍କ ପୂର୍ବରୁ ଏହି ମାମଲାରେ ତାଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇଥିଲେ । ଆଉ ସୌଭିକ ନିଜ ବୟାନରେ ସ୍ବୀକାର କରିଥିଲେ ଯେ ରିଆଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ସାମୁଏଲ ।

ପ୍ରକାଶ ଥାଉକି ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ରିଆଙ୍କୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details