ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଆଜି(ଶୁକ୍ରବାର) ଦୁଇମାସ ପୂରଣ ହୋଇଛି । ଗତ ଜୁନ 14 ତାରିଖରେ ସେ ମୁମ୍ବାଇ ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାକୁ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି ତାଙ୍କ ଫ୍ୟାନ୍ସ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଯାଞ୍ଚ ଜାରି ରଖିଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂ ଓ ତାଙ୍କ ସ୍ବାମୀ ସିଦ୍ଧାର୍ଥ ତନୱରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କାରଣ ଭିଡିଓରେ ଏହି ଯୋଡି ସୁଶାନ୍ତଙ୍କ ଜଣେ ଷ୍ଟାଫଙ୍କୁ ଗାଳିଗୁଲଜ କରୁଥିବାର ନଜର ଆସୁଛନ୍ତି ।
ସୂଚନା ଅନୁଯାୟୀ ଷ୍ଟାଫ ରଜତ ମେୱାତି, ସୁଶାନ୍ତଙ୍କ ଆକାଉଣ୍ଟର ଦେଖାଶୁଣା କରୁଥିଲେ । ଶୁଣିବାକୁ ମିଳୁଛି ଯେ ରଜତ କିଛି ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଯାହାକୁ ଆଧାର କରି ପ୍ରିୟଙ୍କା ଓ ସିଦ୍ଧାର୍ଥ ତାଙ୍କୁ ଗାଳି କରିଥିଲେ । ଆଉ ପୋଲିସରେ ଦେବାକୁ ମଧ୍ୟ ଧମକ ଦେଇଥିଲେ ।