ଓଡିଶା

odisha

By

Published : Aug 31, 2020, 7:12 PM IST

ETV Bharat / sitara

ଭଉଣୀଙ୍କ ସହ ହୋଇଥିଲା ସୁଶାନ୍ତଙ୍କ ପ୍ରବଳ ଝଗଡା, ଖୁଲାସା କଲେ ସୃତିଙ୍କ ଓକିଲ

ପୁଣି ସୁଶାନ୍ତଙ୍କ ମାମଲାରେ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । ଏଥର ଭଉଣୀଙ୍କ ସହ ହୋଇଥିବା ଝଗଡା ଓ ସୁଶାନ୍ତ ଡ୍ରଗ ନେଉଥିବାର ଖୁଲାସା ହୋଇଛି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଯାବତ ତାଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ରହସ୍ୟ ଘରରେ । ସେପଟେ ତାଙ୍କ ମାମଲାରେ ଯାଞ୍ଚ କରୁଛି ସିବିଆଇ । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି ମଧ୍ୟ କଡାକଡି ଯାଞ୍ଚ କରୁଥିବାର ନଜର ଆସୁଛନ୍ତି । ସୋମବାର ସିବିଆଇ ଦଶମ ଦିନ ଯାଞ୍ଚରେ ପହଞ୍ଚିଛି । ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସମେତ ଆଉ 4 ଜଣ ସୋମବାର ଡିଆରଡିଓ ଗେଷ୍ଟ ହାଉସରେ ନିଜ ବୟାନ ଦେଉଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ରିଆଙ୍କ ଭାଇ ସୈଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି ଓ ଗୋଆର ବିଜନେସମ୍ୟାନ ଗୌରବ ଆର୍ଯ୍ୟା ।

ଇତିମଧ୍ୟରେ ସୃତିଙ୍କ ଓକିଲ ଅଶୋକ ସାରୋଗି ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି, ‘ସୁଶାନ୍ତଙ୍କ ତିନି ଭଉଣୀ ତାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଆଉ ନଭେମ୍ବର 27ରେ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଭାଇ-ଭଉଣୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଯାହାପରେ ତିନି ଭଉଣୀ ହୋଟେଲରେ ରହିବାକୁ ଚାଲିଯାଇଥିଲେ । ଖାଲି ଏତିକି ନୁହେଁ ଏହି ଝଗଡା ପରେ ସୁଶାନ୍ତ ନିଜକୁ ହିନ୍ଦୁଜା ହସ୍ପିଟାଲରେ ଆଡିମିଟ କରିଥିଲେ । ଆଉ ଯେତେବେଳେ ସୁଶାନ୍ତ ହସ୍ପିଟାଲରେ ଥିଲେ ତାଙ୍କ ପିତା କେକେ ସିଂ ଜଣେ ଷ୍ଟାଫଙ୍କୁ ଫୋନ କରି ସୁଶାନ୍ତଙ୍କ ସହ କଥାବାର୍ତ୍ତା କରିବାକୁ କହିଥିଲେ । ହେଲେ ସୁଶାନ୍ତ କଥାବାର୍ତ୍ତା କରିବାକୁ ମନା କରିଦେଇଥିଲେ ।’

ପ୍ରକାଶ ଥାଉକି ସୁଶାନ୍ତ ଡ୍ରଗ ନେଉଥିଲେ ବୋଲି ମଧ୍ୟ ଖୁଲାସା କରିଛନ୍ତି ଅଶୋକ । ହେଲେ ରିଆଙ୍କ ସହ ସାକ୍ଷାତ କରିବା ପୂର୍ବରୁ ହିଁ ସୁଶାନ୍ତ ଡ୍ରଗ ନେବା ଆରମ୍ଭ କରିଦେଇଥିଲେ ସେ କହିଛନ୍ତି । ଅଶୋକଙ୍କ ବ୍ୟତୀତ ସୁଶାନ୍ତଙ୍କ ବଡିଗାର୍ଡ ତଥା ଡ୍ରାଇଭର ସୋହିଲ ସାଗର ମଧ୍ୟ ସୁଶାନ୍ତଙ୍କ ଡ୍ରଗ ବିଷୟରେ ଏକ ସାକ୍ଷାତକାରରେ ବୟାନ ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details