ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି । ଗୋଟିଏ ପଟେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଆସୁଛି । ଅନ୍ୟପଟେ ସୁଶାନ୍ତଙ୍କ ପିତା କେକେ ସିଂ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମରେ ଏଫଆଇଆର ବିବାହର ରାଜୀବନଗରରେ ଥାନାରେ ରୁଜୁ କରିଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏଲଜେପି ନେତା ଚିରାଗ ପାଶୱାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସହ ସୁଶାନ୍ତଙ୍କ ମାମଲାରେ ମୁଖ୍ୟ କଥାବାର୍ତ୍ତା କରିଛନ୍ତି ।
ସୁଶାନ୍ତଙ୍କ ମାମଲାରେ ମହାରାଷ୍ଟ୍ର ସିଏମଙ୍କ ସହ କଥାବାର୍ତ୍ତା କଲେ ଚିରାଗ ପାଶୱାନ - ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା
ଟ୍ବିଟକୁ ନେଇ ଚର୍ଚ୍ଚାରେ ଏଲଡେପି ନେତା ଚିରାଗ ପାଶୱାନ । ସେ ପୁଣିଥରେ ମହାରାଷ୍ଟ୍ର ସିଏମଙ୍କ ସହ ସୁଶାନ୍ତଙ୍କ ମାମଲା ଉପରେ ଆଲୋଚନା କରିଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର
ତାଙ୍କ କହିବାନୁସାରେ ସିଏମଙ୍କ ସହ ସେ ସୁଶାନ୍ତଙ୍କ ବିଷୟରେ କଥା ହୋଇଥିଲା । ଆଉ ସିଏମ ସୁଶାନ୍ତ ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଏହାକୁ ନିରପେକ୍ଷ ଭାବରେ ଯାଞ୍ଚ କରାଯାଉଛି । ସେହିପରି ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ସବୁ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ପଚରାଉଚରା ମଧ୍ୟ କରୁଛି । ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ପ୍ରକାଶ ଥାଉକି ପୂର୍ବରୁ ଚିରାଗ ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ମହାରାଷ୍ଟ୍ର ସିଏମଙ୍କୁ ଚିଠି ଲେଖିଥିଲେ ।