ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ଯାଞ୍ଚର 13 ଦିନରେ ପହଞ୍ଚିଲାଣି ସିବିଆଇ । ତାଙ୍କ ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଉଛି । ଏହାସହ ତାଙ୍କ ପିତା-ମାତାଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା । ଗୁରୁବାର ତୃତୀୟଥର ପାଇଁ ନିଜ ଷ୍ଟେଟମେଣ୍ଟ ଦେବାକୁ ରିଆଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ।
ସେହିପରି ଇନ୍ଦ୍ରଜିତ ବୁଧବାର ମଧ୍ୟ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ ଦ୍ବିତୀୟଥର ବୟାନ ଦେବାକୁ । ତାଙ୍କ ବ୍ୟତୀତ ଏଯାବତ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି ସିବିଆଇ । ପ୍ରକାଶ ଥାଉକି ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ପାଟନାରେ ରିଆ ଓ ତାଙ୍କ ପରିବାର ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ଯାହାପରଠୁ ପୁରା ପରିବାରର ଯାଞ୍ଚ ଚାଲିଛି । ସେହିପରି ସିବିଆଇ ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ, ଡ୍ରଗ ଡିଲର ତଥା ରିଆଙ୍କ ବନ୍ଧୁ ଗୌରବ ଆର୍ଯ୍ୟାଙ୍କୁ ପଚରାଉଚରା କରିସାରିଲାଣି ।