ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ କେସରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ କ୍ରମାଗତ ଭାବେ ନିଆଯାଉଛି । କେସର ସମୀକରଣ ଯେମିତି ବି କଲେ ରିଆଙ୍କ ନାମ କିନ୍ତୁ ଏଥିରେ ସାମିଲ ଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ସମସ୍ୟା ଘରରେ ବର୍ତ୍ତମାନ ସେ । ଦୁଇଥର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିସାରିଲେଣି । କାରଣ ତାଙ୍କ ଉପରେ ମନି ଲଣ୍ଡରିଂ କେସ ଆଣିଥିଲେ ସୁଶାନ୍ତଙ୍କ ପିତା କେକେ ସିଂ । ଆଉ ଏବେ ଲୋକପ୍ରିୟ ଅଭିନେତା ଶେଖର ସୁମନ ତାଙ୍କ ବିରୋଧରେ ସ୍ବର ଉଠାଇଛନ୍ତି । ସେ ସୋସିଆଲ ମିଡିଆରେ ରିଆଙ୍କ ଗିରଫ କରିବା ଦାବି କରୁଛନ୍ତି ।
ରିଆଙ୍କ ଗିରଫ ଦାବି କଲେ ଶେଖର - ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ କେସ
ଏବେ ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ଶେଖର ସୁମନ । ସେ ସୁଶାନ୍ତଙ୍କ ନ୍ୟାୟ ଦେବା ଅଭିଯାନ ଚଳାଇଆସୁଛନ୍ତି । ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ କରି ତାଙ୍କ ଆତ୍ମହତ୍ୟାକୁ ଯୋଜନାବଦ୍ଧ ହତ୍ୟା କହିବାରେ ଲାଗିଛନ୍ତି ସେ।
![ରିଆଙ୍କ ଗିରଫ ଦାବି କଲେ ଶେଖର ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର କପୁର](https://etvbharatimages.akamaized.net/etvbharat/prod-images/768-512-8395200-215-8395200-1597239816159.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶେଖର କପୁର
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ରିଆ ଏବେ ମୁକ୍ତ ହୋଇପାରିବେ ନାହିଁ । #ଆରେଷ୍ଟରିଆଚକ୍ରବର୍ତ୍ତୀ ।’ ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଶେଖର ସୋସିଆଲ ମିଡିଆରେ ତାଙ୍କ ନ୍ୟାୟ ଦାବି କରିଆସୁଛନ୍ତି । ନିକଟରେ ସେ ସୁଶାନ୍ତଙ୍କ ସିମ କାର୍ଡକୁ ନେଇ ଅନେକ କଥାର ଖୁଲାସା କରିଥିଲେ ।
ସେହିପରି ସେ ସୁଶାନ୍ତଙ୍କ ପିତା କେକେ ସିଂ ସହ ପାଟନା ଘରେ ସାକ୍ଷାତ କରି ତାଙ୍କୁ ନ୍ୟାୟ ମିଳିବ ବୋଲି କଥା ଦେଇଥିଲେ । ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା ।