ଓଡିଶା

odisha

ETV Bharat / sitara

ଅଙ୍କିତାଙ୍କ ଫ୍ଲାଟ ଇନଷ୍ଟଲମେଣ୍ଟ ଭରୁଥିଲେ ସୁଶାନ୍ତ, ଇଡିର ଖୁଲାସା - ଅଙ୍କିତାଙ୍କ ଫ୍ଲାଟ ଇନଷ୍ଟଲମେଣ୍ଟ ଭରୁଥିଲେ ସୁଶାନ୍ତ, ଇଡିର ଖୁଲାସା

ଚର୍ଚ୍ଚାରେ ଅଙ୍କିତା । ମଲାଡ ସ୍ଥିତ ଏକ ଫ୍ଲାଟ ତାଙ୍କ ପାଇଁ କିଣିଥିଲେ ସୁଶାନ୍ତ । ଯାହାର ଇନଷ୍ଟଲମେଣ୍ଟ ଭରୁଥିବା କଥା ଇଡିକୁ ଜଣାପଡିଛି । ହେଲେ ଏହାକୁ ଖଣ୍ଡନ କଲେ ଅଙ୍କିତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Aug 15, 2020, 1:20 PM IST

ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇମାସ ବିତିସାରିଲାଣି । ସେ ଗତ ଜୁନ 14 ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ନିବାସରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯେଉଁ ମାମଲାର ଏଯାବତ ତଦନ୍ତ ଜାରି ରଖିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ । ହେଲେ ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ସିବିଆଇ ଆଗାମୀ ଯାଞ୍ଚ ଆରମ୍ଭ କରିବ। ସେହିପରି ପୂର୍ବରୁ ମୁମ୍ବାଇ ଓ ବିହାର ପୋଲିସ ଏହି ମାମଲାର ତଦନ୍ତ କରିଥିଲେ । ମୁଖ୍ୟ କଥା ହେଲା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ପିତା କେକେ ସିଂ ତାଙ୍କ ଉପରେ ମନି ଲଣ୍ଡରିଂ ଅଭିଯୋଗ ଲଗାଇ ଏଫଆଇଆର ରୁଜୁ କରିଥିଲେ। ଯାହାପରଠୁ ସେ ବିବାଦ ଘେରରେ।

ଇତିମଧ୍ୟରେ ଇଡି ଯାଞ୍ଚରେ ନୂଆ ଖୁଲାସା ହୋଇଛି । ଯେଉଁଥିରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ତଥା ଟିଭିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସମ୍ପୃକ୍ତ ଅଛନ୍ତି । ଯାଞ୍ଚରେ ଇଡିକୁ ଜଣାପଡିଛି ଯେ ସୁଶାନ୍ତ ମୁମ୍ବାଇର ମଲାଡରେ 4.5 କୋଟି ଟଙ୍କାର ଏକ ଫ୍ଲାଟ କିଣିଥିଲେ । ଯାହାର ଇନଷ୍ଟଲମେଣ୍ଟ ସେ ଭରୁଥିଲେ । ଶୁଣିବାକୁ ମିଳୁଛି ଯେ ଏହି ସେହି ଫ୍ଲାଟ ଯେଉଁଥିରେ ଅଙ୍କିତା ରହୁଛନ୍ତି ।

ହେଲେ ଅଙ୍କିତା ଏହି ମାମଲାକୁ ଖଣ୍ଡନ କରି କହିଛନ୍ତି ସୁଶାନ୍ତ ଫ୍ଲାଟର ଇଏମଆଇ ଭରୁନଥିଲେ । ଖାଲି ଏତିକି ନୁହେଁ ସାକ୍ଷୀ ରୂପେ ବ୍ୟାଙ୍କ ଷ୍ଟେଟମେଣ୍ଟର କପି ସେ ଟ୍ବିଟରରେ ସେୟାର କରିଛନ୍ତି । ଯେଉଁଥିରେ 2019 ଜାନୁଆରୀରୁ ନେଇ ମାର୍ଚ୍ଚ 2020 ପର୍ଯ୍ୟନ୍ତ ପୁରା ବିବରଣୀ ଦେଖିବାକୁ ମିଳୁଛି ।

For All Latest Updates

TAGGED:

ABOUT THE AUTHOR

...view details