ଓଡିଶା

odisha

ETV Bharat / sitara

ପରିବାରର ଦୁଃଖ ବଖାଣିଲେ ସୁଶାନ୍ତଙ୍କ ଭିଣୋଇ - ସୁଶାନ୍ତଙ୍କ ଭିଣୋଇ ବିଶାଲଙ୍କ ପୋଷ୍ଟ ଭାଇରାଲ

ସବୁବେଳେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଆସୁଥିବା ବିଶାଲ କିର୍ତ୍ତୀ ଏବେ ପରିବାର କଥା ସୋସିଆଲ ମିଡିଆରେ କହିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Oct 16, 2020, 7:30 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଗଲାଣି । ହେଲେ ତାଙ୍କ ଆତ୍ମହତ୍ୟା କାରଣ ଏଯାବତ ସାମ୍ନାକୁ ଆସିନାହିଁ । ଯାହାର ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି ସିବିଆଇ । ସେପଟେ ଏନସିବି ମଧ୍ୟ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାର ଛାନଭିନ କରୁଛି । ଇତିମଧ୍ୟରେ ପରିବାର ଦୁଃଖ କଥା କହି ସୋସିଆଲ ମିଡିଆରେ ଭାବୁକ ହୋଇପଡିଛନ୍ତି ତାଙ୍କ ଭିଣୋଇ ବିଶାଲ କିର୍ତ୍ତୀ ।

ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତୀ ଓ ବିଶାଲ ବିଦେଶରେ ରହୁଛନ୍ତି । ହେଲେ ଦୁଇଜଣ ସୋସିଆଲ ମିଡିଆରେ ସବୁବେଳେ ଭାଇଙ୍କ ପାଇଁ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି ।

ଏବେ ବିଶାଲ ଟ୍ବିଟ କରି ଲେଖିଛନ୍ତି, ‘ଯଦି କାହା ବିରୋଧରେ ଅପରାଧ ହୋଇଛି ଆଉ ସେ କେସ ଫାଇଲ କରୁଛି । ଯଦି ଆମେ ତାଙ୍କ ପ୍ରତିଛବି ଖରାପ କରୁଛେ ତାହାଲେ ଏହାର ଅର୍ଥ ହେଲା ଆମେ ତାଙ୍କୁ ନ୍ୟାୟ ଦେବାକୁ ମନା କରୁଛେ । ସବୁବେଳେ ଏପରି ଯୋଜନା ଉପରେ ଧ୍ୟାନ ଦିଅନ୍ତୁ । ଏହି ଯୋଜନା ସନ୍ଦେହ ସୃଷ୍ଟି କରିଥାଏ । ଯାହା ସତରୁ ଧ୍ୟାନ ହଟାଇଦିଏ । ସେହି ଭୟାନକ ଦିନକୁ ଚାରି ମାସ ବିତିଗଲାଣି । ଆଜି ମୋର ଏକମାତ୍ର ବାର୍ତ୍ତା ହେଉଛି ଯେତେବେଳେ ପୀଡିତ କିମ୍ବା ପୀଡିତଙ୍କ ପରିବାରକୁ ଟାର୍ଗେଟ କରାଯାଏ, ତେବେ ସେମାନଙ୍କ ପ୍ରତି ସହାନୁଭୂତି ନଦେଖାଇ ଦୁନିଆକୁ ଏହା ଅନୁଭବ କରାଯାଏ ଯେ ସେମାନ ନ୍ୟାୟ ପାଇବାର ଯୋଗ୍ୟ ନୁହେଁ । ଯେବେ କୌଣସି ଅପରାଧ ଘଟେ ପୀଡିତଙ୍କ ପରିବାରର ଭାବପ୍ରବଣତା ଏବଂ କ୍ଷତି ବିଷୟରେ ଭାବିବା ନିହାତି ଦରକାର । ଟିକେ ଅଟକି ଏହା ବିଷୟରେ ଭାବନ୍ତୁ ।’

ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ପରିବାରକୁ କେବଳ ଦୁଃଖ ଏବଂ କ୍ଷତିର ସାମ୍ନା କରିବାକୁ ପଡିବ ନାହିଁ ବରଂ ଏଜେନ୍ସି ଓ କୋର୍ଟର ବ୍ୟବସ୍ଥାକୁ ମଧ୍ୟ ସମର୍ଥନ କରିବାକୁ ହେବ । ମାମଲା କିଛି ଦିନ ଧରି ଚାଲିବ । ଲୋକେ ଆଗକୁ ବଢିଯିବେ ହେଲେ ପରିବାର ନୁହେଁ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ପରିବାର ପାଇଁ ଜଟିଳ ପରିସ୍ଥିତି ତେବେ ପୁନର୍ବାର ଭାବନ୍ତୁ । ପୀଡିତଙ୍କୁ ହଇରାଣ କରିବା ଦେଶର ନ୍ୟାୟ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବା ଏବଂ ନ୍ୟାୟ ପାଇବା ପାଇଁ କଷ୍ଟସାଧ୍ୟ କରିବା ଭଳି।’

ABOUT THE AUTHOR

...view details