ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ବାରମ୍ବାର ସମ୍ପୃକ୍ତ ହେଉଥିବା ଦେଖିବାକୁ ମିଳୁଛି । ତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ପ୍ରତିଦିନ ସୃଷ୍ଟି ହେଉଛି । ସେହିପରି ସେ ଗୁରୁବାର ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସୁଶାନ୍ତଙ୍କ ୟୁରୋପ ଟ୍ରିପଠୁ ନେଇ ଥାଇଲ୍ୟାଣ୍ଡ ଟ୍ରିପ ପର୍ଯ୍ୟନ୍ତ ଅନେକ କଥାର ଖୁଲାସା କରିଥିଲେ । ଯାହାପରଠୁ ପୁଣି ଚର୍ଚ୍ଚା । ଆଉ ଏବେ ସୁଶାନ୍ତଙ୍କ ଷ୍ଟାଫ ସାବିର ଅହମ୍ମଦ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବ୍ୟାଙ୍କକ ଟ୍ରିପ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମର ଖୁଲାସା ହୋଇଛି ।
ସେ ଜଣାଇଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କକ ଟ୍ରିପର ଅଂଶ ସେ ମଧ୍ୟ ଥିଲେ । ଯାହା ବିଳାସପୂର୍ଣ୍ଣ ଯାତ୍ରା ଥିଲା । ଏହି ଟ୍ରିପରେ 7 ଜଣ ଲୋକ ସାମିଲ ଥିଲେ । ସୁଶାନ୍ତ, ସାରା, ସିଦ୍ଧାର୍ଥ ଗୁପ୍ତା, କୁଶଲ ଜାଭେରୀ, ଅବ୍ବାସ, ସୁଶାନ୍ତଙ୍କ ବଡିଗାର୍ଡ ମୁସ୍ତାକ ଓ ସେ ନିଜେ । ଏହା ସୁଶାନ୍ତଙ୍କ ପ୍ରୋ ଟିମ ସଦସ୍ୟ ଓ ସାରାଙ୍କ ସହ ସମୟ ବିତାଇବା ପାଇଁ ସେ ଏହି ଟ୍ରିପର ଯୋଜନା କରିଥିଲେ ।