ଓଡିଶା

odisha

By

Published : Aug 29, 2020, 1:05 PM IST

ETV Bharat / sitara

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ଦ୍ବିତୀୟଥର ରିଆଙ୍କୁ ପଚରାଉଚରା କରିବ ସିବିଆଇ

ସିଦ୍ଧାର୍ଥ, ସାମୁଅଲ ଓ ରିଆଙ୍କୁ ଶନିବାର ଏକାଠି ଜେରା କରିବ ସିବିଆଇ । ଯାହା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ରିଆ । ପୂର୍ବରୁ ସେଠାରେ ଉପସ୍ଥିତ ଅଛନ୍ତି ସିଦ୍ଧାର୍ଥ ଓ ସାମୁଅଲ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏଯାବତ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇରହିଛି । ତାଙ୍କ ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ ଜାରି ରଖିଛନ୍ତି । ଶୁଣିବାକୁ ମିଳୁଛି ଯେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଡିଲିଟ ହ୍ବାଟ୍ସଅପ ଚାର୍ଚରେ ଡ୍ରଗ୍ସ ଡିଲିଂ କଥା ସାମ୍ନାକୁ ଆସିବା ପରେ ଏବେ ଏନସିବି ମଧ୍ୟ ଯାଞ୍ଚ ଆରମ୍ଭ କରିଦେଇଛି । ସେହିପରି ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି ସିବିଆଇ । ଶୁକ୍ରବାର ରିଆଙ୍କଙ୍କୁ ପାଖାପାଖି 8 ଘଣ୍ଟା ପର୍ଯ୍ୟନ୍ତ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚରା କରିଥିଲା ସିବିଆଇ ।

ଆଉ ଶନିବାର ମଧ୍ୟ ପୁଣି ସିବିଆଇ ଦ୍ବାରା ଜେରା ହେବେ ରିଆ ବୋଲି ଶୁଣିବାକୁ ମିଳୁଛି । ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ରିଆଙ୍କୁ ଏହି ମାମଲାରେ ପଚରାଉଚରା କରାଯିବ ।

ଅନ୍ୟପଟେ ସୁଶାନ୍ତଙ୍କ ବନ୍ଧୁ ସାମୁଅଲ ମିରାଣ୍ଡା ପୂର୍ବରୁ ଡିଆରଡିଓ ଗେଷ୍ଟ ହାଉସରେ ଉପସ୍ଥିତ ଅଛନ୍ତି । ସେହିପରି ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କ ସହ ସାମୁଅଲ ଓ ରିଆଙ୍କୁ ଏକାଠି ପଚରାଉଚରା କରିବ ସିବିଆଇ । ପୂର୍ବରୁ ରିଆଙ୍କ ଭାଇ ସୈଭିକ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ବୟାନ ରେକର୍ଡ କରାସରିଛି ।

ପ୍ରକାଶ ଥାଉକି ରିଆଙ୍କ ଡ୍ରଗ ଡିଲର ସହ କଥାବର୍ତ୍ତା କରିବା ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସୁଶାନ୍ତଙ୍କ ମାମଲାରେ ନୂଆ ମୋଡ ନେଇଛି । ଏବେ ପୁଣି ରିଆଙ୍କୁ ନେଇ ସମସ୍ତଙ୍କୁ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ABOUT THE AUTHOR

...view details