ଓଡିଶା

odisha

ETV Bharat / sitara

ବିହାର ଡିଜିପିଙ୍କୁ ରିଆଙ୍କ ଜବାବ

ସୁଶାନ୍ତଙ୍କୁ ଭଲ ପାଇବାର ଔକାତ ଅଛି ବୋଲି ଏକ ସାକ୍ଷାତକାରରେ କହି ଚର୍ଚ୍ଚାରେ ରିଆ । ଏହି ଜବାବ ସହ ସେ ବିହାର ଡିଜିପିଙ୍କୁ କଡା କଥା ମଧ୍ୟ କହିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Aug 28, 2020, 4:36 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ସନ୍ଦେହ ଘେରରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗୁରୁବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଦେଇ ସେ ନିଜ ମନ କଥା ମଧ୍ୟ ବଖାଣିଥିଲେ । ମୁଖ୍ୟ କଥା ହେଲା ଯେ ସେ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ଏକ ବୟାନ ଉପରେ ଜବାବ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ସେ ଗୁପ୍ତେଶ୍ବରଙ୍କ ନାମ ନନେଇ କହିଥିଲେ, ‘କେହି ମତେ ମୋ ଔକାତ ଦେଖାଇଥିଲେ । ଆଉ କହିଥିଲେ ମୋର କିଛି ଔକାତ ନାହିଁ । ହେଲେ ମୋର ଏତିକି ଔକାତ ଅଛି ଯେ ମୁଁ ସୁଶାନ୍ତଙ୍କୁ ଭଲ ପାଉଛି । କେହି ମତେ ବିଷକନ୍ୟା ମଧ୍ୟ ଡାକିଛନ୍ତି । ଆଉ କିଛି କହିଛନ୍ତି ମୁଁ ସୁଶାନ୍ତଙ୍କ ଉପରେ ବ୍ଲାଙ୍କ ମ୍ୟାଜିକ କରିଛି । ଯେଉଁମାନେ ଏପରି ପ୍ରତିକ୍ରିୟା ଦେଉଛନ୍ତି, ସେମାନଙ୍କୁ କିପରି ଜଣା ଯେ ମୁଁ ବ୍ଲାକ ମ୍ୟାଜିକ କରୁଥିଲି ।’

ପ୍ରକାଶ ଥାଇକି ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚ ଆଦେଶ ଦେବା ପରେ ଗୁପ୍ତେଶ୍ବର ଏକ ବୟାନରେ କହିଥିଲେ ରିଆଙ୍କ କୌଣସି ଔକାତ ନାହିଁ ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବେ।

ABOUT THE AUTHOR

...view details