ଓଡିଶା

odisha

ETV Bharat / sitara

ଋଷିଙ୍କ 68ତମ ଜନ୍ମ ବାର୍ଷିକୀରେ ନଜର ପକାନ୍ତୁ ତାଙ୍କ ସୁପରଡୁପର ହିଟ୍ ଗୀତରେ... - ଏପ୍ରିଲ 30 ତାରିଖରେ ଦୁନିଆ ଛାଡି ଚାଲିଯାଇଥିଲେ ଅଭିନେତା ଋଷି

ଗତ ଏପ୍ରିଲ 30 ତାରିଖରେ ଦୁନିଆ ଛାଡି ଚାଲିଯାଇଥିଲେ ଅଭିନେତା ରିଷି । ତାଙ୍କ 68ତମ ଜନ୍ମ ବାର୍ଷିକରେ ଜାଣିବା ତାଙ୍କ କିଛି ଲୋକପ୍ରିୟ ଗୀତ ବିଷୟରେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Sep 4, 2020, 9:45 PM IST

ମୁମ୍ବାଇ: 70 ଦଶକର ମୋଷ୍ଟ ରୋମାଣ୍ଟିକ ହିରୋ ରିଷି କପୁର ବଲିଉଡକୁ ନିଜ ଜୀବନର 5 ଦଶକ ଦେଇଥିଲେ । ଯେଉଁ ସମୟରେ ବଲିଉଡ ଫିଲ୍ମରେ ଗ୍ୟାଙ୍ଗଷ୍ଟାର ଡ୍ରାମା, କ୍ରାଇମ ଥ୍ରିଲର ଦେଖିବାକୁ ମିଳୁଥିଲା । ସେହି ସମୟରେ ଚକଲେଟ ବୟ ସାଜି ପଦାର୍ପଣ କରିଥିଲେ ସ୍ବର୍ଗତ ଅଭିନେତା ରିଷି । ତାଙ୍କ ରୋମାଣ୍ଟିକ ଅନ୍ଦାଜ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଥମ ଫିଲ୍ମରୁ ହିଁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ଅନେକ ଦମଦାର ଫିଲ୍ମ ବଲିଉଡକୁ ଦେବା ପରେ ସେ ସାଜିଥିଲେ ଚିଣ୍ଟୁ ଚାଚା । ଆଜି ଏହି ମହାନ ଅଭିନେତାଙ୍କ 68ତମ ଜନ୍ମ ବର୍ଷିକ । ସୁପରହିଟ୍ ଫିଲ୍ମ ସହ ଶାନଦାର ରୋମାଣ୍ଟି ଗୀତରେ ସେ ସବୁ ପ୍ରେମୀ ଯୁଗଳଙ୍କ ମନରେ ଭରିଦେଇଥିଲେ ପ୍ରେମ । ତେବେ ତାଙ୍କ ଜନ୍ମ ବାର୍ଷିକରେ ନଜର ପକାଇବା ତାଙ୍କ ଫେମସ କିଛି ଗୀତ ଉପରେ...

ଲୋକପ୍ରିୟ ଅଭିନେତା ରାଜ୍ କପୁରଙ୍କ ଲାଡଲା ରିଷି ନିଜ ଫିଲ୍ମ କ୍ୟାରିୟର ବହୁତ କମ ବୟସରେ ଆରମ୍ଭ କରିଥିଲେ । ସେ ଯେତେବେଳେ ମାତ୍ରା 20 ବର୍ଷର ଥିଲେ ଫିଲ୍ମ ବବିରେ ଅଭିନୟ କରିଥିଲେ । ଏହାପୂର୍ବରୁ ସେ ଅନେକ ଫିଲ୍ମରେ ଶିଶୁ କଳାକାର ରୂପେ କାମ କରିସାରିଥିଲେ । ବବି ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ସେକ୍ସୀ ଅଭିନେତ୍ରୀ ଡିମ୍ପଲ କାପାଡିଆ । ତାଙ୍କ ଏହି ଡେବ୍ୟୁ ଫିଲ୍ମର ଗୀତ ‘ମେଁ ସାୟର ତୋ ନେହିଁ’ ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ଏହି ଗୀତରେ ଋଷି ବ୍ଲାକ କୋଟ ପ୍ୟାଣ୍ଟରେ ଖୁବ୍ ହ୍ୟାଣ୍ଡସମ ନଜର ଆସୁଥିଲେ । ସେହିପରି ତାଙ୍କ ସହ ଏହି ଗୀତରେ ଅଭିନେତ୍ରୀ ଅରୁଣା ଇରାନୀଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଥିଲା ।

1977ରେ ଆସିଥିବା ସୁପରହିଟ୍ ଫିଲ୍ମ ‘ଅମର ଆକବର ଏଥ୍ଥୋନୀ’ର ପପୁଲାର କବ୍ବାଲୀ ଗୀତ ‘ପର୍ଦା ହେ ପର୍ଦା’ରେ ରିଷି ସାଜିଥିଲେ କବ୍ବାଲୀ ମାଷ୍ଟର । ଏହି ଗୀତକୁ ଲୋକପ୍ରିୟ ସଙ୍ଗୀତକାର ଉସ୍ତାଦ ମହମ୍ମଦ ରଫି ଗାଇଥିଲେ । ସେହିପରି ଫିଲ୍ମରେ ଅକବର ଭୂମିକାରେ ଅଭିନୟ କରିଥିଲେ ରିଷି । ଆଉ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ ସିଂ ସାଜିଥିଲେ ତାଙ୍କ ଗାର୍ଲଫ୍ରେଣ୍ଡ ।

ଫିଲ୍ମ ‘ଚାନ୍ଦନୀ’ରେ ବଲିଉଡର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ସହ ନଜର ଆସିଥିଲେ ଋଷି । ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମର ସୁପରହିଟ୍ ଗୀତ ‘ଚାନ୍ଦନୀ ଓ ମୋରି ଚାନ୍ଦନୀ’ ଆଜି ମଧ୍ୟ ଦର୍ଶକଙ୍କ ଫେଭରେଟ ଗୀତ ମଧ୍ୟରୁ ଅନ୍ୟତମ । ମୁଖ୍ୟ କଥା ହେଲା ଯେ ଏହି ଫିଲ୍ମ ପରଠୁ ଶ୍ରୀଦେବୀଙ୍କୁ ବଲିଉଡରେ ଚାନ୍ଦନୀର ଆଖ୍ୟା ଦିଆଯାଇଥିଲା । ଏହି ଦମଦାର ଗୀତଟିକୁ ଜଲି ମୁଖାର୍ଜୀଙ୍କ ସହ ଶ୍ରୀଦେବୀ ମିଶି ଗାଇଥିଲେ ।

ଋଷି କପୁର, ସ୍ବର୍ଗତ ଅଭିନେତ୍ରୀ ଦିବ୍ୟା ଭାରତୀ ଓ ସୁପଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଦିୱାନା ବଲିଉଡ ଫେମସ ଫିଲ୍ମ ମଧ୍ୟରୁ ଅନ୍ୟତମ । ଫିଲ୍ମର ଗୀତ ‘ତେରୀ ଉମ୍ମିଦ ତେରା ଇନତଜାର’ ଗୀତ ସବୁବେଳେ ରୋମାଣ୍ଟିକ ଟ୍ରାକରେ ଶୁଣିବାକୁ ମିଳିଥାଏ । ଯାହାକୁ ଗାଇଥିଲେ କୁମାର ସାନୁ ।

‘ଦିୱାନା’ ଫିଲ୍ମର ଆଉ ଏକ ଗୀତ ‘ସଚେଙ୍ଗେ ତୁମହେଁ ପ୍ୟାର କରେ କି ନେହିଁ’ରେ ଦେଖିବାକୁ ମିଳିଥିଲା ଋଷିଙ୍କ ରୋମାଣ୍ଟି ଅବତାର । ଏହି ଗୀତକୁ ମଧ୍ୟ ଗାଇଥିଲେ କୁମାର ସାନୁ । ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦୀୟ ଗୀତ ମଧ୍ୟରୁ ଏହା ଅନ୍ୟତମ ।

ଲୋକପ୍ରିୟ ଗାୟକ, ସଙ୍ଗୀତକାର କିଶୋର କୁମାରଙ୍କ ସୁନ୍ଦର କଣ୍ଠରେ ଶୁଣିବାକୁ ମିଳିଥିଲା ‘ସାଗର’ ଫିଲ୍ମର ପପୁଲାର ଗୀତ ‘ଚେହରା ହେ ୟା ଚାନ୍ଦ ଖିଲା ହେ ।’ ଆଉ ଫିଲ୍ମରେ ରିଷି ପୁଣିଥରେ ଡିମ୍ପଲଙ୍କ ସହ ରୋମାନ୍ସ କରିଥିଲେ । ତାମିଲ ସୁପରଷ୍ଟାର କମଲ ହାସନ ସହ-କଳାକାର ରୂପେ ଫିଲ୍ମରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details