ମୁମ୍ବାଇ: ‘ମେରା ନାମ ଜୋକର’, ‘ବବି’ ଓ ‘ସତ୍ୟମ ଶିବମ୍ ସୁନ୍ଦରମ’ ଭଳି ଶାନଦାର ଫିଲ୍ମ ନିର୍ମାଣ କରିଥିବା ନିର୍ମାତା, ନିର୍ଦ୍ଦେଶକ ରାଜ କପୁରଙ୍କ ବ୍ୟାନର ଆରକେ ଫିଲ୍ମସକୁ ସମସ୍ତେ ମିସ୍ କରୁଛନ୍ତି । ଦୁଇ ବର୍ଷ ପୂର୍ବେ ଆରକେ ଷ୍ଟୁଡିଓକୁ ବିକ୍ରି କରାଯିବା ଖବର ସାମ୍ନାକୁ ଆସିଥିଲା । ଏହି ଖବର ଶୁଣିବା ପରେ ବ୍ୟାନରରେ ପୁଣିଥରେ ଫିଲ୍ମ ନିର୍ମାଣ ହେବା ଆଶା ମଧ୍ୟ ହରାଇଥିଲେ ଦର୍ଶକ । ହେଲେ ଇତିମଧ୍ୟରେ ଏବେ ବ୍ୟାନରକୁ ନେଇ ଖୁସି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଖୁସି ହୋଇଯିବେ ସିନେ ପ୍ରେମୀ । କାରଣ ଚର୍ଚ୍ଚା ଜୋର ଧରିଛି ଯେ ଆରକେ ଫିଲ୍ମସ ବଲିଉଡକୁ ଜବରଦସ୍ତ କମବ୍ୟାକ କରିବାକୁ ଯାଉଛି ।
ଗତ କିଛି ଦିନରୁ ଏହି ଖବର ଜୋର ଧରିଛି ଯେ ଆରକେ ବ୍ୟାନର ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ, ରାଜଙ୍କ ପୁଅ ତଥା ଲୋକପ୍ରିୟ ଅଭିନେତା ରଣଧୀର କପୁର ଏହି ଚର୍ଚ୍ଚା ଉପରେ ମୋହର ଲଗାଇଛନ୍ତି । ସେ ଆରକେ ଫିଲ୍ମସରେ ନିର୍ମାଣ କରିବେ ଫିଲ୍ମ ।