ଓଡିଶା

odisha

By

Published : Aug 3, 2020, 1:57 PM IST

ETV Bharat / sitara

ନରେନ୍ଦ୍ର ଭାଇଙ୍କୁ ଲତା ଦିଦିଙ୍କ ରାକ୍ଷୀ

ଭିଡିଓ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀର ଶୁଭେଚ୍ଛା ଜଣାଇଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ମୋଦି ଜଣାଇଲେ କୃତଜ୍ଞତା । ଅଧିକ ପଢ଼ନ୍ତୁ...

Lata Mangeshkar wishes Pm Modi, Lata Mangeshkar on Raksha Bandhan,  Lata Mangeshkar shared video messege for PM, ନରେନ୍ଦ୍ର ଭାଇଙ୍କୁ ଲତା ଦିଦିଙ୍କ ରାକ୍ଷୀ, ଲତା ମଙ୍ଗେଶକର, ପ୍ରଧାନମନ୍ତ୍ରୀ ମୋଦି
ନରେନ୍ଦ୍ର ଭାଇଙ୍କୁ ଲତା ଦିଦିଙ୍କ ରାକ୍ଷୀ

ମୁମ୍ବାଇ:(ସୋମବାର) ପବିତ୍ର ରକ୍ଷା ବନ୍ଧନ । ସାରା ଦେଶରେ ଉତ୍ସବର ମାହୋଲ । ସବୁ ଭଉଣୀ ନିଜ ନିଜ ଭାଇ ହାତରେ ବାନ୍ଧିଛନ୍ତି ରାକ୍ଷୀ । ସେପଟେ ଅନେକ ଭାଇ ଭଉଣୀ ଏମିତି ବି ଅଛନ୍ତି ଯେଉଁମାନେ ପରସ୍ପର ଠାରୁ ଦୂରରେ ରହିଛନ୍ତି । ସେମିତି ଜଣେ ଭଉଣୀ ହେଉଛନ୍ତି ଲତା ମଙ୍ଗେଶକର । ଯିଏ ଟ୍ବିଟ କରି ତାଙ୍କ ଭାଇଙ୍କୁ ମନେ ପକାଇଛନ୍ତି । ତେବେ ଯଦି ଆପଣ ଭାବୁଛନ୍ତି ଯେ ଲତା ତାଙ୍କ ଭାଇ ହୃଦୟନାଥ ମଙ୍ଗେଶଙ୍କର କଥା ଟ୍ବିଟ କରିଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଲତା ଟ୍ବିଟ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ।

ଲତା ନିଜ କଥା ରେକର୍ଡ କରି ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଛନ୍ତି । ସେ ଏଥିରେ କହିଛନ୍ତି ‘‘ନରେନ୍ଦ୍ର ଭାଇ ଆଜି ରାକ୍ଷୀର ଶୁଭ ଅବସରରେ ମୁଁ ଆପଣଙ୍କୁ ପ୍ରଣାମ କରୁଛି । ରାକ୍ଷୀ ତ ମୁଁ ଆଜି ପଠାଇ ପାରିନି ଯାହାର କାରଣ ସାରା ବିଶ୍ବ ଜାଣିଛି । ନରେନ୍ଦ୍ର ଭାଇ ଆପଣ ନିଜ ଦେଶ ପାଇଁ ଏତେ କାମ କରିଛନ୍ତି ଓ ଏତେ ଭଲ କଥା କହିଛନ୍ତି ଯାହାକୁ ଦେଶବାସୀ କେବେ ଭୁଲି ପାରିବେନି । ଆଜି ଭାରତର ଲକ୍ଷ, ଲକ୍ଷ, କୋଟି କୋଟି ମହିଳା ଆପଣଙ୍କ ଆଡକୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ହାତ ଆଗକୁ କରିଛନ୍ତି କିନ୍ତୁ ରାକ୍ଷୀ ବାନ୍ଧିବା କଠିନ ହୋଇଛି । ଆପଣ ନିଶ୍ଚୟ ବୁଝିପାରୁଥିବେ । ତେବେ ଯଦି ସମ୍ଭବ ହୁଏ ଆପଣ ପ୍ରତିଶୃତି ଦିଅନ୍ତୁ ଯେ ଆପଣ ଭାରତକଉ ଆହୁରି ଉଚ୍ଚକୁ ନେଇଯିବେ । ନମସ୍କାର ।’’

ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅବିଳମ୍ବେ ଏହାର ଉତ୍ତର ଦେଇ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ‘‘ଲତା ଦିଦି, ରକ୍ଷା ବନ୍ଧନର ଏହି ଶୁଭ ଅବସରରେ ଆପଣଙ୍କ ଏହି ଭାବପୂର୍ଣ୍ଣ ସନ୍ଦେଶ ଅଶୀମ ପ୍ରେରଣା ଓ ଶକ୍ତି ପ୍ରଦାନ କରୁଛି । କୋଟି କୋଟି ମା-ଭଉଣୀଙ୍କ ଆଶୀର୍ବାଦରୁ ଆମ ଦେଶ ନୂତନ ଶୀର୍ଷରେ ପହଁଞ୍ଚିବ, ନୂଆ ନୂଆ ସଫଳତା ପ୍ରାପ୍ତ କରିବ । ଆପଣ ସୁସ୍ଥ ରୁହନ୍ତୁ ଓ ଦୀର୍ଘାୟୁ ହୁଅନ୍ତୁ, ଇଶ୍ବରଙ୍କ ନିକଟରେ ମୋର ଏହା ହିଁ ପ୍ରାର୍ଥନା ।’’

ABOUT THE AUTHOR

...view details