ଓଡିଶା

odisha

ETV Bharat / sitara

ଜନ୍ମମାଟିରେ ଲତାଙ୍କ ନାଁରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ, ଖୋଲିବ ମ୍ୟୁଜିଅମ

ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ତାଙ୍କ ଜନ୍ମସ୍ଥାନରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ ଏବଂ ସଂଗ୍ରହାଳୟ । ଅଧିକ ପଢନ୍ତୁ

କୋକିଳ କଣ୍ଠୀଙ୍କ ସ୍ମୃତିରେ ଜନ୍ମ ମାଟିରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ : MP CM
କୋକିଳ କଣ୍ଠୀଙ୍କ ସ୍ମୃତିରେ ଜନ୍ମ ମାଟିରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ : MP CM

By

Published : Feb 7, 2022, 12:25 PM IST

ଭୋପାଳ: କୋକିଳକଣ୍ଠୀ ବା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ମଧ୍ୟପ୍ରଦେଶରେ ନିର୍ମାଣ ହେବ ସଙ୍ଗୀତ ମହାବିଦ୍ୟାଳୟ ଏବଂ ସଂଗ୍ରହାଳୟ । ଏସବୁ ଜନ୍ମମାଟି ଇନ୍ଦୋରରେ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶୀବରାଜ ସିଂ ଚୌହାନ । ଏଥିସହ ଇନ୍ଦୋରରେ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଲତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଲତା ଜିଙ୍କ ବିନା ସଙ୍ଗୀତ ଅଧୁରା ଓ ତାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଛନ୍ତି । ସଙ୍ଗୀତ ଜଗତ ପାଇଁ ଏହା ଏକ ବିରାଟ କ୍ଷତି ଓ ତାଙ୍କର ପ୍ରତିଟି ଗୀତ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

ସୂଚନା ଆଉ କି, ଅସୁସ୍ଥତା କାରଣରୁ ଗତ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲତା ମଙ୍ଗେସକର । ଏହାର ଠିକ ଗୋଟିଏ ଦିନ ପରେ ରବିବାର ଦିନ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ମେଲଡି କୁଇନ ଲତାଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ କେନ୍ଦ୍ର ସରକାର ।

କୋକିଳ କଣ୍ଠୀଙ୍କ ସ୍ମୃତିରେ ଜନ୍ମ ମାଟିରେ ପ୍ରତିଷ୍ଠା ହେବ ସଙ୍ଗୀତ ମହାବିଦ୍ୟାଳୟ : MP CM

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details