ଓଡିଶା

odisha

ETV Bharat / sitara

ପିତାଙ୍କୁ ମନେ ପକାଇଲେ ସୁର ସାମ୍ରାଜ୍ଞୀ

ସୋସିଆଲ ମିଡିଆରେ ପିତା ଦିନାନାଥ ମଙ୍ଗେସକରଙ୍କ 98 ବର୍ଷ ତଳର ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ ଲତା । ଅଧିକା ପଢନ୍ତୁ...

By

Published : May 15, 2020, 11:26 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର
ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ମୁମ୍ବାଇ: ଲକଡାଉନ ପାଇଁ ସେଲିବ୍ରିଟି ନିଜ ନିଜ ଘରେ ବନ୍ଦ ଅଛନ୍ତି । ହେଲେ ଏହି ସମୟରେ ଅନେକ କଳାକାର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ସେ ଲକଡାଉନରେ ନିଜ ପିତାଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଯାଇଛନ୍ତି । ସେ ପିତାଙ୍କ 98 ବର୍ଷ ପୁରୁଣା ଫଟୋ ସେୟାର କରିଛନ୍ତି ।

ସେ ଟ୍ବିଟରେ ପିତାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ନମସ୍କାର 1922 ମେ 14 ତଥା 98 ବର୍ଷ ପୂର୍ବେ ମୋ ପିତାଙ୍କୁ ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଡାକ୍ତର କୁର୍ତକୋଟି ଗଙ୍ଗାପୁର ପିଠ ନାସିକ ନିଜ ପବିତ୍ର ହାତରେ ସଙ୍ଗୀତ ରତ୍ନ ଉପାଧି ପ୍ରଦାନ କରିଥିଲେ । ଏହା ଆମ ପାଇଁ ବହୁତ ଗର୍ବର କଥା ।’

ଫଟୋ ସୌଜନ୍ୟ: ଟ୍ବିଟର@ଲତା ମଙ୍ଗେସକର

ପ୍ରକାଶ ଥାଉକି ବିଶିଷ୍ଟ ଅଭିନେତା ଋଷି କପୁରଙ୍କ ନିଧନରେ ତାଙ୍କୁ ମନେ ପକାଇ ଏକ ଫଟୋ ସେୟାର କରି ସେ ଚର୍ଚ୍ଚାରେ ଆସିଥିଲେ । ଆଉ କ୍ୟାପସନରେ ଲେଖିଥିଲେ, ‘ଋଷି ଜି ଆପଣ ବହୁତ ମନେ ପଡୁଛ । ଆଉ ସବୁବେଳେ ମନେ ପଡିବ । ଏହା ଭାବିବା ପାଗଳାମୀ ହୋଇପାରେ କିନ୍ତୁ ଏମିତି ହୋଇପାରନ୍ତା ଯେମିତି ତୁମେ କର୍ଜ ଫିଲ୍ମରେ ଫେରି ଆସିଥିଲେ, ସେମିତି ଯଦି ବାସ୍ତବ ଜୀବନରେ ଫେରିଆସନ୍ତ ତେବେ କେତେ ଭଲ ହୁଅନ୍ତା ।’

ABOUT THE AUTHOR

...view details