ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ କୋଭିଡ -19 ସଙ୍କଟରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ । ଏହାସହ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ କୋଭିଡ -19 ସଙ୍କଟର ମୁକାବିଲା କରିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।
ଲତା ମଙ୍ଗେସକର ଟୁଇଟରେ ଲେଖିଛନ୍ତି ଯେ, "ନମସ୍କାର । ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଆଜିର ପରିସ୍ଥିତି ବିଷୟରେ କହିଛନ୍ତି ଏବଂ ଆମ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ । ତେଣୁ ସମସ୍ତ ଧର୍ମର ଲୋକମାନେ ଏକଜୁଟ ହୋଇ ଆମର ମୁଖ୍ୟମନ୍ତ୍ରୀଙ୍କ ସହ ସହମତି କରିବା ଉଚିତ । ପୁଣିଥରେ ଆପଣ ସମସ୍ତଙ୍କୁ ଅନୁରୋଧ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।