ଓଡିଶା

odisha

ETV Bharat / sitara

ଆୟୁଷ୍ମାନଙ୍କ ପ୍ରଶଂସାରେ ସ୍ବର ସାମ୍ରାଜ୍ଞୀ - କୋକିଳ କଣ୍ଠୀ ଲତା ମଙ୍ଗେସକଙ୍କ ଟ୍ବିଟ

ଆୟୁଷ୍ମାନ ଖୁରାନାଙ୍କ ହିଟ୍ ଫିଲ୍ମ ‘ଅନ୍ଧାଧୁନ’ ଦେଖି ପ୍ରଶଂସା କରିବାରେ ଲାଗିଛନ୍ତି ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର। ଟ୍ବିଟ କରି ତାଙ୍କୁ ଦେଲେ ଆଶୀର୍ବାଦ।

lata mangeshkar
ଡିଜାଇନ ଫଟୋ

By

Published : Mar 1, 2020, 5:02 AM IST

ମୁମ୍ବାଇ: ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଗତ ଶୁକ୍ରବାରଠୁ ରିଲିଜ ହୋଇସାରିଛି। ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି। ଇତିମଧ୍ୟରେ କୋକିଳ କଣ୍ଠୀ ଲତା ମଙ୍ଗେସକର ମଧ୍ୟ ଆୟୁଷ୍ମାନଙ୍କ ଅଭିନୟର ଦିୱାନୀ ହୋଇଯାଇଛନ୍ତି । ସେ ନିକଟରେ ତାଙ୍କ ସୁପରହିଟ୍ ଫିଲ୍ମ ‘ଅନ୍ଧାଧୁନ’ ଦେଖିଥିଲେ। ଯାହାପରଠୁ ସେ ତାଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଆୟୁଷ୍ମାନ ଜି ନମଷ୍କାର। ମୁଁ ଆପଣଙ୍କ ଫିଲ୍ମ ଅନ୍ଧାଧୁନ ଆଜି ଦେଖିଲି। ଆପଣ ଖୁବ୍ ଶାନଦାର କାମ କରିଛନ୍ତି ଆଉ ଫିଲ୍ମରେ ଯେଉଁ ଗୀତ ଗାଇଛନ୍ତି ତାହା ବି ମତେ ବହୁତ ପସନ୍ଦ ଆସିଲା। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କୁ ଭବିଷ୍ୟତରେ ଏପରି ସଫଳତା ମିଳୁ ମୁଁ ତାପାଇଁ କାମନା କରୁଛି।’

ସେପଟେ ଲତାଙ୍କ ଟ୍ବିଟର ଜବାବ ଦେଇ ଆୟୁଷ୍ମାନ ଲେଖିଛନ୍ତି, ‘ଲତା ଦିଦି ଆପଣଙ୍କ ଏପରି କହିବା ମୋ ପାଇଁ ବହୁତ ମହତ୍ବ ରଖୁଛି। ଆପଣଙ୍କ ଏହି ପ୍ରୋତ୍ସାହିତ ପାଇଁ ହୁଏତଃ ମୁଁ ପରିଶ୍ରମ କରିଥିଲି । ଆଶୀର୍ବାଦ ପାଇଁ ଧନ୍ୟବାଦ।’

ପ୍ରକାଶ ଥାଉକି ‘ଅନ୍ଧାଧୁନ’ 2018 ଅକ୍ଟୋବର 5ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ପାଇଁ ଆୟୁଷ୍ମାନଙ୍କୁ ଜାତୀୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଫିଲ୍ମଟି ଥ୍ରିଲର କାହାଣୀକୁ ନେଇ ଆଧାରିତ। ଫିଲ୍ମରେ ଆୟୁଷ୍ମାନ ଜଣେ ଅନ୍ଧ ବ୍ୟକ୍ତି ଭୂମିକାରେ ଅଭିନୟ କରିଥିବେ।

ABOUT THE AUTHOR

...view details