ଓଡିଶା

odisha

ETV Bharat / sitara

ଲତାଙ୍କ ହୃଦୟ କିଣିଲେ ବଙ୍ଗୀୟ ଝିଅ, ଭାଇରାଲ ପୋଷ୍ଟ

ଟ୍ବିଟକୁ ନେଇ ଚର୍ଚ୍ଚାରେ ଲତା । ଏଥର ସେ ଏକ ଭିଡିଓ ସେୟାର କରି ଜଣେ ଝିଅଙ୍କୁ ଆଶିର୍ବାଦ ଦେଇଛନ୍ତି ।

By

Published : Jul 7, 2020, 7:59 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁର ସାମ୍ରାଜ୍ଞ ଲତା ମଙ୍ଗେସକର ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ କୌଣସି ନା କୌଣସି ଜିନିଷ ସେୟାର କରି ଫ୍ୟାନ୍ସଙ୍କ ସହ କନେକ୍ଟ ରୁହନ୍ତି । ଏହାବ୍ୟତୀତ ସେ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ ମଧ୍ୟ ଅନେକ ଆଲୋଚନା କରିସାରିଛନ୍ତି । ଏବେ ସେ ନିଜର ନୂଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ସେ ନିକଟରେ ନିଜ ସୋସିଆଲ ମିଡିଆରେ ଜଣେ ଝିଅଙ୍କ ଭିଡିଓ ସେୟାର କରିଥିଲେ ।

ସେ ଟ୍ବିଟ ସେୟାର କରିଥିବା ଭିଡିଓରେ ଜଣେ ବଙ୍ଗୀୟ ଝିଅ ୱେଷ୍ଟର୍ଣ୍ଣ ଓ ଇଣ୍ଡିଆନ ମ୍ୟୁଜିକର କମ୍ବିନେଶନ ତିଆରି କରିଛନ୍ତି । ଯାହା ଲତାଙ୍କ ହୃଦୟ କିଣିବାରେ ସଫଳ ହୋଇଛି । ଲତା ତାଙ୍କ ମ୍ୟୁଜିକର ପ୍ରଶଂସା କରି ଆଶୀର୍ବାଦ ଦେଇଛନ୍ତି ।

ସେହିପରି ସେ ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ନମସ୍କାର ମତେ ଏହି ଭିଡିଓ କେହି ଜଣେ ପଠାଇଛନ୍ତି । ଏହି ଝିଅ ମହାନ ଅଷ୍ଟ୍ରିୟନ ସଙ୍ଗୀତକାରଙ୍କ 40ତମ Symphony G Minor ଭାରତୀୟ ଭାଷାରେ ସୁନ୍ଦର ରୂପେ ଗାଇଛନ୍ତି । ମୁଁ ତାଙ୍କୁ ଆଶିର୍ବାଦ ଦେଇଛି ଯେ ସେ ଜୀବନରେ ଜଣେ ଭଲ ଗାୟିକା ସାଜନ୍ତୁ ।’ ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details