ମୁମ୍ବାଇ: ଦେଶର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ପାଖାପାଖି ଦୁଇ ସପ୍ତାହରୁ ମେଡିକାଲରେ ଭର୍ତ୍ତି ଅଛନ୍ତି । ବର୍ତ୍ତମାନ ତାଙ୍କ ସୁସ୍ଥ ହେବାର କାମନା କରିବାରେ ଲାଗିଛନ୍ତି ପ୍ରଶଂସକ । ସେ ମେଡିକାଲରେ ଭର୍ତ୍ତି ହେବା ଦିନ ଠାରୁ ତାଙ୍କ ପରିବାର ସଦସ୍ୟ ମଝିରେ ମଝିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାର ସୂଚନା ଫ୍ୟାନ୍ସଙ୍କୁ ଦେଉଛନ୍ତି ।
ସୁସ୍ଥ ହେଉଛନ୍ତି ଲତା - ଲତାଙ୍କ ଝିଆରୀ ରଚନାଙ୍କ ବୟାନ
ନିକଟରେ ଅସୁସ୍ଥ ଥିବାରୁ ଲତା ମଙ୍ଗେସକରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ପୁଣି ସମ୍ନାକୁ ଆସିଛି ତାଙ୍କ ସୁସ୍ଥ ହେବା ଖବର ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଆଉ ଏବେ ଲତାଙ୍କ ଝିଆରୀ ରଚନା ଶାହ ପୁଣି ତାଙ୍କ ସ୍ବାସ୍ଥ୍ୟବସ୍ଥାର ସୂଚନା ପ୍ରଶଂସକଙ୍କୁ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଲତା ଏବେ ସୁସ୍ଥ ଅଛନ୍ତି ।
ରଚନାଙ୍କ ପୂର୍ବରୁ ପରିବାରର ଆଉ ଜଣେ ସଦସ୍ୟ ଲତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ, ‘ପ୍ରିୟ ପ୍ରଶଂସକ ଆପଣଙ୍କୁ ଏହି ସୂଚନା ଦେଇ ଖୁସି ଲାଗୁଛି ଯେ ଆପଣଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଲତା ଦିଦି ସୁସ୍ଥ ଅଛନ୍ତି । ଆମ ଦୁଃଖରେ ଠିଆ ହେବା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ।’