ଓଡିଶା

odisha

ETV Bharat / sitara

7 ମାସ ପରେ କାମକୁ ଫେରିଲେ କାର୍ତ୍ତିକ, ମନୀଷଙ୍କ ଆଉଟଫିଟ୍‌ରେ ଦେଖାଇବେ ଜଲୱା

ଲାକମି ଫ୍ୟାସନ ୱିକ ମଙ୍ଗଳବାର ରାତି 8ରେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ମନୀଷଙ୍କ ନୂଆ କଲେକ୍ସନ ‘ରୁହାନିୟତ’ ନେଇ ରାମ୍ପରେ ଦେଖାଯିବେ କାର୍ତ୍ତିକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Oct 20, 2020, 7:45 PM IST

ମୁମ୍ବାଇ: କୋରୋନା ସଙ୍କଟ ପାଇଁ ଅନେକ ଫିଲ୍ମର ସୁଟିଂ ଅଧାରେ ବନ୍ଦ ଥିଲା । ଲକଡାଉନରେ ଷ୍ଟାର୍ସ ନିଜ ଘରେ ସମୟ ବିତାଇଥିଲେ । ଏବେ ସମସ୍ତେ ନିଜ କାମକୁ ଫେରୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ । ସେ ସାତ ମାସ ପରେ କାମକୁ ଫେରିଛନ୍ତି । ମଙ୍ଗଳବାର ରାତିରେ ସେ ଲାକମି ଫ୍ୟାସନ ୱିକର ଫ୍ଲାଗ ଧରି ରାମ୍ପରେ ଚାଲିବେ ।

ଫେମସ ଡିଜାଇନର ମନୀଷ ମଲହୋତ୍ରାଙ୍କ ଭର୍ଚୁଆଲ ରାମ୍ପରେ ସେ ଯୋଗ ଦେବେ । ମନୀଷ ଓ ମିଜୱାନ ୱେଲଫେୟାର ସୋସାଇଟି ଏକ ଫଣ୍ଡ ସଂଗ୍ରହ କରିବା ପାଇଁ ଏହି ଆୟୋଜନ କରିବେ। କାରିଗରଙ୍କୁ ସମର୍ଥନ କରିବା ପାଇଁ କରାଯିବ । ଯେଉଁଥିରେ ମନୀଷ ନିଜ ଡିଜାଇନ ଡ୍ରେସର ପ୍ରଦର୍ଶନ କରିବେ । ଏହି ରାମ୍ପ ଶୋ ଦ୍ବାରା ସ୍ବଦେଶୀ କାରିଗରଙ୍କ ଶୁଦ୍ଧ କାରୁକାର୍ଯ୍ୟକୁ ପୁନର୍ଜୀବିତ କରିବାର ଲକ୍ଷ୍ୟ ରଖାଯାଇଛି।

ସେହିପରି ମନୀଷ ନିଜ ନୂଆ ଡିଜାଇନର ଏକ ଝଲକ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ କାର୍ତ୍ତିକ ନଜର ଆସୁଛନ୍ତି । ତାଙ୍କର ଶାନଦାର ଅନ୍ଦାଜ ଦେଖି ପୁଣି ଦିୱାନା ହେବେ ତାଙ୍କ ଫିମେଲ ଫ୍ୟାନ୍ସ । ମନୀଷ ନିଜ ନୂଆ ଡିଜାଇନ ନାମ ‘ରୁହାନିୟତ’ ରଖିଛନ୍ତି ।

କାର୍ତ୍ତିକ ଏତେ ଦିନ ପରେ କାମ ଫେରି ନିଜ ଅନୁଭୂତି ସେୟାର କରି କହିଛନ୍ତି, ‘ପ୍ରଥମ କଥା ମୁଁ ସାତ ମାସ ପରେ କାମ କରୁଛି ।’ ମୁଁ ଖୁସି ଅଛି ମିଜୱାନ ୱେଲଫେୟାର ସୋସାଇଟ୍ ଏବଂ ମୋ ଅଲଟାଇମ ଫେଭରେଟ ମନୀଷଙ୍କ ସହ କାମ କରି । ଆଜି ରାତି 8ରେ ଓପନିଂ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details