ଓଡିଶା

odisha

ETV Bharat / sitara

‘ଲଗାନ’କୁ ପୁରିଲା 18ବର୍ଷ

18 ବର୍ଷରେ ପାଦଦେଲା ଆଇକନିକ ଫିଲ୍ମ ‘ଲଗାନ’ । ଫିଲ୍ମର ଅଭିନେତା ତଥା ପ୍ରଯୋଜକ ଥିବା ଆମିର ଖାନ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

By

Published : Jun 16, 2019, 12:09 PM IST

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଓସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମ ଲଗାନ ଆଜି(16 ଜୁନ) 18 ବର୍ଷରେ ପାଦ ଦେଇଛି । ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା । ଫିଲ୍ମରେ ଆମିର ଖାନଙ୍କ ଅଭିନୟକୁ ମଧ୍ୟ ବେଶ୍ ପ୍ରଶଂସା ମିଳିଥିଲା ।

ଫଟୋ ସୌଜନ୍ୟ: ଏଏନଆଇ

2001ରେ ରିଲିଜ ହୋଇଥିବା ଫିଲ୍ମ ଖେଳ ଉପରେ ଆଧାରିତ । ଫିଲ୍ମର କାହାଣୀ ଇଂରେଜ ଶାସନ ସମୟର । ଇଂରେଜମାନେ ଛୋଟ ଗାଁର ନିରୀହ ଜନତା ମାନଙ୍କ ଉପରେ କର ଲଗାଉଥିଲେ । କରରୁ ରକ୍ଷା ପାଇବା ପାଇଁ କ୍ରିକେଟ ଖେଳିବାକୁ ଗାଁଲୋକଙ୍କୁ ଅଫିସରମାନେ ଚ୍ୟାଲେଞ୍ଜ କରିବା ପରେ ଗାଁଲୋକେ କ୍ରିକେଟ ଶିଖି ଶେଷରେ ଇଂରେଜମାନଙ୍କୁ ହରେଇଥିଲେ ।

ଫିଲ୍ମର 18ବର୍ଷ ପୂର୍ତ୍ତି ଅବସରରେ ଆମିର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଧନ୍ୟବାଦ ଦେଇଛନ୍ତି । ଫିଲ୍ମର ପ୍ରଯୋଜନା ନିଜେ ଆମିର ଖାନ କରିଥିଲେ । ‘ଲଗାନ’ 2002ରେ ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ କାଟାଗୋରିରେ ଓସ୍କାର ପାଇଁ ମନୋନୀତ ହୋଇଥିଲା । ‘ଲଗାନ’ ବ୍ୟତୀତ ଏହି କାଟାଗୋରିରେ ‘ମଦରଇଣ୍ଡିଆ’ଓ ‘ସଲାମ ବମ୍ବେ’ ମନୋନୀତ ହୋଇଥିଲା ।

ABOUT THE AUTHOR

...view details