ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା କୁଣ୍ଡଳୀ ଭାଗ୍ୟ ଷ୍ଟାର ଶ୍ରଦ୍ଧା ଆର୍ୟା ଆଜି ଦୁଲହନ ବେଶରେ ସଜେଇ ହେବେ । କାରଣ ଆଜି ସେ ବିବାହ ବନ୍ଧନରେ ହେବାକୁ ଯାଉଛନ୍ତି ଆବଦ୍ଧ । ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ପ୍ରି-ୱେଡିଙ୍ଗ ଫେଷ୍ଟିଭାଲ ତଥା ମେହେନ୍ଦୀ ସେରିମନି ଓ ନିର୍ବନ୍ଧ ମୁଦିର ଏକ ଝଲକ ଦେଖାଇଛନ୍ତି ।
ଶ୍ରଦ୍ଧା ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଏକ ପର୍ପଲ ଓ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, "ସବୁଠୁ ସହଜ ହଁ, ଯାହାକି ମୁଁ ପୂର୍ବରୁ କେବେ କହିନଥିଲି" । ଏହି ଫଟୋ ସେୟାର କରିବା ପରେ ଶ୍ରଦ୍ଧାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଏଥିରେ ନାଗିନ ଆକ୍ଟର ଅର୍ଜୁନ ବିଜଲାନୀ ଲେଖିଛନ୍ତି ଯେ, " ବେବି ବେବି ବେବି..ଅନେକ ଅନେକ ଶୁଭେଚ୍ଛା । " ସେପଟେ ଅଙ୍କିତା ଲୋଖଣ୍ଡେ ମଧ୍ୟ ଶ୍ରଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।