ମୁମ୍ବାଇ: ବଲିଉଡ ଅଭିନେତା କୁନାଲ ଖେମୁ ତାଙ୍କର ଦୁଇ ବର୍ଷର ଝିଅ ଇନାୟାଙ୍କ 'ପିତା' ଭାବରେ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରନ୍ତି । କୁନାଲ ଏକ ସାକ୍ଷାତକାରରେ କହିଛନ୍ତି, ଇନାୟାଙ୍କ ପିତା ଭାବରେ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରେ । ପ୍ରତିଦିନ ସେ ସୋହା ଏବଂ ମୋ ଜୀବନରେ ଅନେକ ସକାରାତ୍ମକତା ଏବଂ ଖୁସି ଭରିଦେଇଛି ।
ଲକଡାଉନ ସମୟରେ ଇନାୟା ମୋତେ ସକାରାତ୍ମକତା ରହିବାକୁ ବହୁତ ସାହାଯ୍ୟ କରିଛନ୍ତି । ସେ ଆମର ଦୌନ୍ୟନ୍ଦିତ ନିତ୍ୟକର୍ମରେ ସୁଧାର ଆଣିଥିବା କହିଛନ୍ତି ଆକ୍ଟର କୁନାଲ ଖେମୁ ।
କୁନାଲ ଆହୁରି ମଧ୍ୟ କହିଛନ୍ତି, "ସେ ଶୀଘ୍ର ଉଠନ୍ତି, ତେଣୁ ଆମକୁ ମଧ୍ୟ ଶୀଘ୍ର ଉଠିବାକୁ ପଡେ ଏବଂ ମତେ ମୋର ନିତ୍ୟକର୍ମ ଶୀଘ୍ର ଶେଷ କରିବାକୁ ପଡେ । ସୋହା ଏବଂ ମୁଁ ତାଙ୍କୁ ସର୍ବଦା ଖୁସିରେ ରଖିବାକୁ ଏବଂ ତାଙ୍କର ମନୋରଞ୍ଜନ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥାଉ ।