ମୁମ୍ବାଇ: ବଲିଉଡର ଟ୍ୟାଲେଣ୍ଟେଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସବୁ ମହଲରେ ଚାର୍ଚ୍ଚାର ବିଷୟ ପାଲଟିଛି । ସୋମବାର ମୁମ୍ବାଇରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ତାଙ୍କ ପିତା କେକେ ସିଂଙ୍କ ସହ କିଛି ସମ୍ପର୍କୀୟ । ସେହିପରି କିଛି ବଲିଉଡ ଷ୍ଟାର୍ସ ମଧ୍ୟ ତାଙ୍କୁ ଶେଷ ବିଦାୟ ଦେବାକୁ ଶ୍ମଶାନ ଘାଟରେ ପହଞ୍ଚିଥିଲେ ।
ସୁଶାନ୍ତଙ୍କ ଆତ୍ମହତ୍ୟା: ଶେଖରଙ୍କ ଖୁଲାସା, ଭାବବିହ୍ବଳ କୁମାର ବିଶ୍ବାସ - ଶେଖର କପୁରଙ୍କ ଟ୍ବିଟ ଭାଇରାଲ
ସୁଶାନ୍ତଙ୍କ ଆତ୍ମହତ୍ୟାରେ ମୁମ୍ବାଇକୁ ମାୟାନଗରୀ କହିଲେ କୁମାର ବିଶ୍ବାସ । ଶେଖର କପୁରଙ୍କ ପୋଷ୍ଟରେ ଦୁଃଖଭରା ପ୍ରତିକ୍ରିୟା ରଖିଲେ କୁମାର ।
ସେପଟେ ତାଙ୍କ ମୃତ୍ୟୁରେ ଫେମସ ନିର୍ମାତା ଶେଖର କପୁର ବଡ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ ସୋସିଆଲ ମିଡିଆ ପୋଷ୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ ବୋଲି ଲେଖିଥିଲେ । ଆଉ ସେ କେଉଁ ଯନ୍ତ୍ରଣା ଦେଇ ଗତି କରୁଛନ୍ତି ତାହା ମଧ୍ୟ ଜଣାଇଥିଲେ ।
ଏବେ ଶେଖରଙ୍କ ଏହି ଟ୍ବିଟ ଉପରେ ଫେମସ କବି ତଥା ନେତା କୁମାର ବିଶ୍ବାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କମେଣ୍ଟରେ ଲେଖିଛନ୍ତି, ‘ଆମେ ତାଙ୍କୁ ଜାଣିଛୁ, ସେ ଥିଲେ ସେ ଅଛନ୍ତି ଆଉ ସେ ରହିବେ ମଧ୍ୟ । ଖେଲ ଏହସାସ କେ, ଇନାମ ମେଁ ସିକ୍କେ ହୱସ, ଆପ ହି ଖେଲିଏ, ହମ ସେ ନହିଁ ଖେଲେ ଜାତେ,ମୁମ୍ବାଇ ତୁଝସେ ମହାବ୍ବତ ତୋ ହେ ହମକୋ ଲେକିନ, ହମସେ ତେରେ ୟେ ତକାଜେ ନହିଁ ଝେଲେ ଜାତେ ।’