ମୁମ୍ବାଇ: ଦେଶରେ ବର୍ତ୍ତମାନ କୋରୋନାର ତାଣ୍ଡବ ଦେଖିବାକୁ ମିଳୁଛି । ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସେପଟେ ଦେଶବାସୀଙ୍କୁ ଏହି ଅସୁବିଧାରୁ ବାହାର କରିବା ପାଇଁ ସହଯୋଗର ହାତ ବଢାଉଛନ୍ତି ବହୁ ସେଲିବ୍ରିଟି ।
ଏବେ କୋଭିଡ ମହାମାରୀର କଷ୍ଟ ସମୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ଜରୁରୀ ବୋଲି ଗାୟକ କୁମାର ସାନୁ କହିଛନ୍ତି । କୁମାର ସାନୁ କହିଛନ୍ତି, 'ମୁଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଲୋକଙ୍କୁ ଅନୁରୋଧ କରୁଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ଚାକିରି ହରାଇଛନ୍ତି, ତେଣୁ ଆପଣ ଯୋଗଦାନ କରି ସେମାନଙ୍କୁ ସୁରକ୍ଷିତ ରଖିବାରେ ଦୟାକରି ସାହାଯ୍ୟ କରନ୍ତୁ ।