ଓଡିଶା

odisha

ETV Bharat / sitara

ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ବିରୋଧରେ ଅଭିଯୋଗ - ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ବିରୋଧରେ ଅଭିଯୋଗ

ପ୍ରଖ୍ୟାତ ମାଲାୟାଲମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଶ୍ରୀନିବାସନଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେ ନିକଟରେ ରାଜ୍ୟରେ ଅଙ୍ଗନୱାଡି ଶିକ୍ଷକଙ୍କ ବିରୋଧରେ ଅଶ୍ଳୀଳ ଟିପ୍ପଣୀ କରିଥିଲେ । ଯେଉଁଥିରେ କେରଳ ମହିଳା ଆୟୋଗ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

kswc registers case against film maker sreenivasan
ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ବିରୋଧରେ ଅଭିଯୋଗ

By

Published : Jun 21, 2020, 11:41 AM IST

କୋଲାମ: ଅଙ୍ଗନୱାଡି ଶିକ୍ଷକମାନଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ କରିଥିବାରୁ କେରଳ ମହିଳା ଆୟୋଗ ମାଲାୟାଲମ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଅଶ୍ଳୀଳ ମନ୍ତବ୍ୟ ଯୋଗୁଁ ଶ୍ରୀନିବାସନ୍ ପ୍ରାୟତଃ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଏକ ସାକ୍ଷାତକାରରେ ଶ୍ରୀନିବାସନ୍ ଅଙ୍ଗନୱାଡି ଶିକ୍ଷକଙ୍କୁ ସମାଲୋଚନା କରି କହିଛନ୍ତି, ଅଙ୍ଗନୱାଡି ଶିକ୍ଷକମାନଙ୍କ କୌଣସି ଯୋଗ୍ୟତା ନାହିଁ । ଏହା ଏମିତି ଏକ ବୃତ୍ତି ଅଟେ ଯେଉଁଥିରେ ବହୁତ ଧୌର୍ଯ୍ୟ ରଖିବାକୁ ପଡିଥାଏ ଏବଂ ଯେଉଁ ପିଲାମାନେ ସେଠାକୁ ପଢିବା ପାଇଁ ଆସିଥାନ୍ତି ସେମାନେ ସେହି ଶିକ୍ଷକମାନଙ୍କ ଗୁଣ ଶିଖିଥାନ୍ତି । କିନ୍ତୁ, ଜାପାନ ଏବଂ ଅନ୍ୟାନ୍ୟ ଦେଶରେ ଯେଉଁମାନେ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି, ସେମାନେ ସାଇକ୍ରେଟିସ ଏବଂ ସାଇକୋଲୋଜିଷ୍ଟ ଅଟନ୍ତି ।

ସଂଗଠନ କମିଶନ ସଦସ୍ୟ ସହିଦା କମାଲଙ୍କ ସହ ଯୋଗାଯୋଗ କରି ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ପ୍ରକାଶ ଥାଉକି ଶ୍ରୀନିବାସନ୍ ଜଣେ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକ ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details