ଓଡିଶା

odisha

ETV Bharat / sitara

15 କେଜି ଓଜନ ବଢାଇଲେ କ୍ରିତି - କ୍ରିତି ସାନନଙ୍କ ନୂଆ ଅବତାର ସରୋଗେଟ ମଦର

ଖୁବଶୀଘ୍ର ନୂଆ ଅବତାର ନେଇ ପରଦାରେ ନଜର ଆସିବେ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ କ୍ରିତି ସାନନ। ଏଥର ସରୋଗେଟ ମଦର ସାଜି ଦର୍ଶକଙ୍କ ମନ କିଣିବେ ସେ।

kriti sanon
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ

By

Published : Feb 20, 2020, 4:05 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ମିମି’କୁ ନେଇ ଖୁବ୍ ବ୍ୟସ୍ତ। ଫିଲ୍ମରେ ପ୍ରଥମଥର କ୍ରିତି ସରୋଗେଟ ମଦର ଭୂମିକାରେ ନଜର ଆସିବେ। ଯାହା ପାଇଁ ସେ ଖୁବ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି। ନିକଟରେ ଫିଲ୍ମରୁ କ୍ରିତିଙ୍କ ଏକ ଫଟୋ ସୋସିସିଆଲ ମିଡିଆରେ ସେୟାର କରାଯାଇଥିଲା। ଯେଉଁଥିରେ କ୍ରିତିଙ୍କ ବେବି ବମ୍ପ ଦେଖିବାକୁ ମିଳିଛି।

ଖାଲି ଏତିକି ନୁହେଁ ଫିଲ୍ମ ପାଇଁ କ୍ରିତି ପାଖାପାଖି 15 କେଜି ଶରୀରର ଓଜନ ବଢାଇଛନ୍ତି । ନିର୍ଦ୍ଦେଶକ ଲକ୍ଷ୍ମଣଙ୍କ ଏହି ଫିଲ୍ମ ମରାଠୀ ଫିଲ୍ମ ‘ମଲା ଆଇ ହ୍ବାଇଚୟ’ର ହିନ୍ଦୀ ରିମେକ ଫିଲ୍ମ। ଏହି ଫିଲ୍ମଟି ନ୍ୟାସନାଲ ଆୱାର୍ଡ ଜିତିଥିଲା।

ପ୍ରକାଶ ଥାଉକି ଫିଲ୍ମର କାହାଣୀ ଜଣେ ଏମିତି ମହିଳାର କାହାଣୀ, ଯିଏ ଅନ୍ୟ ଦମ୍ପତି ପାଇଁ ସରୋଗେଟ ମା ହେବାକୁ ମନା କରିଦେଉଛନ୍ତି । ହେଲେ ଏହାପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ ହେଉଯାଉଛି । ଫିଲ୍ମରେ କ୍ରିତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଓ ମନୋଜ ପାହୱା ଭଳି କଳାକାର ନଜର ଆସିବେ।

ABOUT THE AUTHOR

...view details