ଓଡିଶା

odisha

ETV Bharat / sitara

4 ବର୍ଷରେ ‘ରାବତା’, ସୁଶାନ୍ତଙ୍କୁ ମନେ ପକାଇ ଭାବୁକ ହେଲେ କ୍ରିତି - କ୍ରିତି ସାନନଙ୍କ ଭାବୁକଭରା ପୋଷ୍ଟ

ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାବତା’ରେ ସୁଶାନ୍ତଙ୍କ ସହ ରୋମାନ୍ସ କରିଥିଲେ କ୍ରିତି । ଫିଲ୍ମ ରିଲିଜକୁ 4 ବର୍ଷ ପୂରଣ ଅବସରରେ ଭାବବିହ୍ବଳ ପୋଷ୍ଟ କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ

By

Published : Jun 10, 2021, 8:57 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଓ କ୍ରିତି ସାନନଙ୍କ ଅଭିନୀତ ରୋମାଣ୍ଟିକ ଫିଲ୍ମ ‘ରାବତା’ ରିଲିଜକୁ 4 ବର୍ଷ ପୂରଣ ହୋଇଛି । 2017 ଜୁନ 9ରେ ଏହି ଫିଲ୍ମ ବକ୍ସ ଅଫିସରେ ରିଲିଜ ହୋଇଥିଲା । ସେପଟେ ଏହି ଅବସରରେ ନିଜ ଦିବଙ୍ଗତ କୋ-ଷ୍ଟାର ସୁଶାନ୍ତଙ୍କ ବିଷୟରେ ଆଲୋଚନା କରି ଭାବୁକ ହୋଇପଡିଥିଲେ ।

କ୍ରିତି ଫିଲ୍ମର ସୁଟିଂ ସମୟରେ ସୁଟ କରାଯାଇଥିବା ଏକ ସୁନ୍ଦର ବିହାଇଣ୍ଡ ଦ ସିନ ଭିଡିଓ ସେୟାର କରି କ୍ୟାପସନରେ ଲେଖିଥିଲେ, ‘ମୁଁ କନେକ୍ସନ ଉପରେ ବିଶ୍ବାସ ରଖେ । ମୋ ବିଶ୍ବାସ ଯେ ଲୋକଙ୍କ ସହ ଭେଟିବା ପଛରେ ନିହାତି କୌଣସି କାରଣ ଥାଏ । ମୁଁ ଫିଲ୍ମ ରାବତା ସୁଶାନ୍ତଙ୍କ ସହ କରିଥିଲି । ଏହି କନେକ୍ସନ ପାଇଁ ମତେ ଡିନୁ ଓ ମ୍ୟାଡକ ଫିଲ୍ମସ ସହ ରାବତାରେ କାମ କରିବାର ସୁଯୋଗ ମିଳିଥିଲା । ଅନେକ ଫିଲ୍ମ ଆସିଲା ଆଉ ଚାଲିଗଲା ହେଲେ ସବୁ ଫିଲ୍ମ ସହ ମୋର ଖାସ୍ କନେକ୍ସନ ସମ୍ପୃକ୍ତ ହୋଇଥିଲା । ଆମେ ସମସ୍ତେ ଜୀବନରେ ଅନେକ କନେକ୍ସନ ତିଆରି କରୁ ଆଉ ସମୟକୁ ଏକାଠି ପରସ୍ପର ସହ ବଞ୍ଚିଥାଉ । ଯାହା ଜୀବନ ସାରା ଆମ ଭିତରେ ରହିଯାଏ । ଏହା କିଛି ଅନ୍ୟଠୁ ଅଧିକ ।’

ଏହାସହ ସେ ଆହୁରି କହିଛନ୍ତି, ‘ରାବତାରେ କାମ କରିବା ମୋ ଜୀବନର ସବୁଠାରୁ ଭଲ ସ୍ମୃତି । ଯାହା ମୋ ହୃଦୟରେ ସବୁବେଳେ ରହିବ । ମତେ ଜଣା ନଥିଲା ଯେ ଏହି ସମୟ ଆମର ଶେଷ ସମୟ ହୋଇଯିବ ।’

ପ୍ରକାଶ ଥାଉକି ‘ରାବତା’ ସୁଟିଂ ସମୟରେ ସୁଶାନ୍ତ ଓ କ୍ରିତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ବଲିଉଡ ଗ୍ୟାଲେରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଦୁହେଁ ପରସ୍ପରକୁ ନିଜର ଭଲ ବନ୍ଧୁ କହି ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।

@IANS

ABOUT THE AUTHOR

...view details