ହାଇଦ୍ରାବାଦ:ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-2022 ରବିବାର ଦିନ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ହିଟ୍ 'ପୁଷ୍ପା: ଦି ରାଇଜ୍' ଫିଲ୍ମ ଅଫ୍ ଦି ଇୟର ଭାବେ ମନୋନୀତ ହୋଇଛି। ଏଥି ସହିତ ରଣଭୀର ସିଂହଙ୍କୁ ଭାରତୀୟ କ୍ରିକେଟ୍ ଦଳର ବିଶ୍ବକପ୍ ବିଜୟ ଫିଲ୍ମ '83' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ଚଳଚ୍ଚିତ୍ର 'ମିମି' ପାଇଁ ଅଭିନେତ୍ରୀ କ୍ରିତି ସାନନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଛନ୍ତି ।
ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ରାଧିକା ମଦନ, ରବିନା ଟଣ୍ଡନ, ମନୋଜ ବାଜପେୟୀ, ଅହାନ ଶେଟ୍ଟୀ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ମଧ୍ୟ ପୃଥକ ପୁରସ୍କାର ପ୍ରଦାନ କରାଯାଇଥିଲା।
ବିଭିନ୍ନ ବର୍ଗରେ ଦିଆଯାଇଥିବା ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ:
1. ଫିଲ୍ମ ଅଫ୍ ଦି ଇୟର 'ପୁଷ୍ପା: ଦି ରାଇଜ୍'
2. ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ ଆଶା ପାରେଖଙ୍କ
3. ଶ୍ରେଷ୍ଠ ଅଭିନେତା '83' ପାଇଁ ରଣଭୀର ସିଂହ
4. ଶ୍ରେଷ୍ଠ ଅଭିନେତ୍ରୀ - 'ମିମି' ପାଇଁ କ୍ରିତି ସାନନ୍
5. ଶ୍ରେଷ୍ଠ ଚଳଚ୍ଚିତ୍ର ଶେରଶାହ
6. ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ଅଦର ରାଉଣ୍ଡ
7. ଶ୍ରେଷ୍ଠ ନିର୍ଦ୍ଦେଶକ - 'ଷ୍ଟେଟ୍ ଅଫ୍ ସିଜ୍: ଟେମ୍ପଲ ଆଟାକ୍' ପାଇଁ କେନ୍ ଘୋଷ
8. ଶ୍ରେଷ୍ଠ ସିନେମାଟୋଗ୍ରାଫର - 'ହସିନା ଦିଲରୁବା' ପାଇଁ ଜୟକୃଷ୍ଣ ଗୁମ୍ମଡି
9. ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା 'କାଗଜ୍' ପାଇଁ ସତୀଶ କୌଶିକ
10. ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ 'ବେଲ୍ ବଟମ' ପାଇଁ ଲାରା ଦତ୍ତା
11. ନେଗେଟିଭ ଭୂମିକାରେ ଶ୍ରେଷ୍ଠ ଅଭିନେତା 'ଅନ୍ତିମ ଦ ଫାଇନାଲ ଟ୍ରୁଥ' ପାଇଁ ଆୟୁଷ ଶର୍ମା
12. ପିପୁଲ୍ସ ଚଏସ ଶ୍ରେଷ୍ଠ ଅଭିନେତା ଅଭିମନ୍ୟୁ ଦସାନୀ
13. ପିପୁଲ୍ସ ଚଏସ ଶ୍ରେଷ୍ଠ ଅଭିନେତ୍ରୀ ରାଧିକା ମଦାନ