ମୁମ୍ବାଇ: ଫେମସ ଅଭିନେତ୍ରୀ କ୍ରିତି ସାନନ ନିଜର ଆଗାମୀ ଫିଲ୍ମ ‘ମିମି’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ। ହେଲେ ଲକଡାଉନ ପାଇଁ ବର୍ତ୍ତମାନ ଫିଲ୍ମର ସୁଟିଂ ବନ୍ଦ ପଡିଛି। ପ୍ରଥମଥର କ୍ରିତି ଫିଲ୍ମରେ ମା' ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଯାହାକୁ ନେଇ ସେ ମଧ୍ୟ ଉତ୍ସାହିତ। କିନ୍ତୁ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ସେ ଏବେ ମୋଟା ହେବାରେ ଲାଗିଛନ୍ତି । ସବୁବେଳେ ଫିଟ୍ ନଜର ଆସୁଥିବା କ୍ରିତି ନିଜ ଶରୀରର ଓଜନ ବଢାଉଛନ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା। ତେବେ ଆସନ୍ତୁ ଜଣିବା କାହିଁକି ମୋଟା ହେଉଛନ୍ତି ସେ...
କଥାଟି ହେଲା ଯେ ‘ମିମି’ ଫିଲ୍ମରେ ସେ ମା' ରୋଲ ପାଇଁ ତାଙ୍କୁ ଶରୀରର ଓଜନ ବଢାଇବାକୁ ପଡୁଛି। ମେକର୍ସଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ସେ ଅଧିକ ଖାଦ୍ୟ ଖାଉଛନ୍ତି। ଅଧିକା ଖାଇବାକୁ ନେଇ ସେ ମଧ୍ୟ ବିରକ୍ତ ହୋଇଗଲେଣି ।