ଓଡିଶା

odisha

ETV Bharat / sitara

ରୋମାଣ୍ଟିକ ଅନ୍ଦାଜରେ ପୁଲକିତଙ୍କୁ ବର୍ଥଡେ ୱିଶ କଲେ କ୍ରିତି - ଅଭିନେତା ପୁଲକିତ ସମ୍ରାଟ ନିଜର 37ତମ ଜନ୍ମଦିନ

ଭାଇରାଲ ହେଲା କ୍ରିତିଙ୍କ ସୋସିଆଲ ମିଡିଆ ପୋଷ୍ଟ । ଦୀର୍ଘ ସମୟରୁ ପୁଲକିତଙ୍କୁ ଡେଟ କରିଆସୁଛନ୍ତି ଅଭିନେତ୍ରୀ । ବୟଫ୍ରେଣ୍ଡଙ୍କ ଜନ୍ମଦିନକୁ ମଧ୍ୟ କରିଛନ୍ତି ଖାସ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

By

Published : Dec 30, 2020, 8:08 AM IST

ମୁମ୍ବାଇ: ମଙ୍ଗଳବାର ଅଭିନେତା ପୁଲକିତ ସମ୍ରାଟ ନିଜର 37ତମ ଜନ୍ମଦିନ ପାଳନ କରିଥିଲେ । ସେପଟେ ଫ୍ୟାନ୍ସ ତାଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିଥିଲେ । ହେଲେ ସ୍ପେଶାଲ ଅନ୍ଦାଜରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କ୍ରିତି ଖରବନ୍ଦା ତାଙ୍କୁ ୱିଶ କରି ବର୍ଥଡେକୁ ଶାନଦାର କରିଥିଲେ ।

ସେ ଇନଷ୍ଟାଗ୍ରାମରେ ପୁଲକିତଙ୍କ ସହ ନିଜର ଏକ ରୋମାଣ୍ଟିକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଆଜି ତୁମେ ଆଉ ଗୋଟିଏ ବର୍ଷ ବଡ ହୋଇଗଲ । ତୁମେ କୋଟିରେ ଜଣେ, ତୁମ ପରି କେହି ନାହାଁନ୍ତି ଏବଂ କେବେ ହେବ ନାହିଁ ।’

ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଯୋଡିଙ୍କ ଫଟୋରେ ଦେଖିବାକୁ ମିଳୁଛି ପୁଲକିତ ସେଲ୍ଫି ନେଉଥିବା ବେଳେ କ୍ରିତି ତାଙ୍କୁ ଆଲିଙ୍ଗନ କରି କିସ୍ କରୁଥିବାର । ସେପଟେ କ୍ରିତିଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି କମେଣ୍ଟ କରିବାରେ ଲାଗିଛନ୍ତି ।

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଅଭିନେତ୍ରୀ ଗୌହର ଖାନ କମେଣ୍ଟ କରି ଲେଖିଛନ୍ତି, ‘ଭଗବାନ ତୁମକୁ ସବୁବେଳେ ଆଶୀର୍ବାଦ ଦିଅନ୍ତୁ । ହାପି ବର୍ଥଡେ ପୁଲକିତ ।’

ପ୍ରକାଶ ଥାଉକି ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପୁଲକିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ ଯେ ଚଳିତ ବର୍ଷ ଲକଡାଉନ ସମୟରେ ସେ କିପରି ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇଥିଲେ ।

ABOUT THE AUTHOR

...view details