ଓଡିଶା

odisha

By

Published : Mar 25, 2021, 11:48 AM IST

ETV Bharat / sitara

ଟାଇଗରଙ୍କୁ କାନ୍ଧରେ ବସାଇ ୱାର୍କଆଉଟ କଲେ ଭଉଣୀ

ଭାଇରାଲ ହେଲା ଟାଇଗର ଓ କ୍ରିଷ୍ଣାଙ୍କ ନୂଆ ଭିଡିଓ । ଜିମ୍‌ରେ ମଜାମସ୍ତି କରୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିଷ୍ଣା ଶ୍ରଫ

ମୁମ୍ବାଇ: ଆକ୍ସନ ଷ୍ଟାର ଟାଇଗର ଶ୍ରଫ ଫିଲ୍ମ ବ୍ୟତୀତ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏଥର ତାଙ୍କୁ ମାତ୍ ଦେଇଛନ୍ତି ତାଙ୍କ ସାନ ଭଉଣୀ କ୍ରିଷ୍ଣା ଶ୍ରଫ । ସେ ମଧ୍ୟ ଫିଟନେସ ଫ୍ରେକ୍ । ପ୍ରାୟତଃ ତାଙ୍କର ୱାର୍କଆଉଟ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ହେଲେ ଏଥର ସେ ଟାଇଗରଙ୍କୁ ନିଜ ୱାର୍କଆଉଟରେ ସାମିଲ କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଭାଇ-ଭଉଣୀଙ୍କ ମଜାମସ୍ତି ଦେଖିବାକୁ ମିଳୁଛି ।

ହେଲେ ମଜାଦାର କଥାଟି ହେଲା ଯେ ଭାଇଙ୍କୁ କାନ୍ଧରେ ବସାଇ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି କ୍ରିଷ୍ଣା । ଯାହାର କିଛି ଫଟୋ ଏବଂ ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ସେ ସବୁବେଳେ ମୋ ପଛରେ ରୁହନ୍ତି ଆଉ ମୁଁ ତାଙ୍କୁ କାନ୍ଧରେ ବସାଇଦିଏ । ଇନଷ୍ଟାଗ୍ରାମ ପୋଷ୍ଟ ଭସେସ ରିୟାଲିଟି ବିଟିଏସ ଟାଇଗରଙ୍କ ସହ ।’

ଯଦି ଟାଇଗରଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବା ତାହାଲେ ସେ ନିଜ ଡେବ୍ୟୁ ଫିଲ୍ମ ‘ହିରୋପନ୍ତୀ’ର ସିକ୍ବେଲ ଫିଲ୍ମ ‘ହିରୋପନ୍ତୀ 2’ ନେଇ ପରଦାକୁ ଫେରିବେ । ଏହାବ୍ୟତୀତ ସେ ଆକ୍ସନ ଡ୍ରାମା ଫିଲ୍ମ ‘ଗଣପତ’ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details