ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍ ମାନଙ୍କ ମଧ୍ୟରୁ ଟାଇଗର ଶ୍ରଫଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ୍ ଅନ୍ୟତମ । ସୋସିଆଲ ମିଡିଆରେ କ୍ରିଷ୍ଣା ଶ୍ରଫ୍ ତାଙ୍କ ବଏଫ୍ରେଣ୍ତ ଇବାନ୍ ହାୟମ୍ସଙ୍କ ସହ ଫଟୋ ସେୟାର କରି ପ୍ରଶଂସକଙ୍କ ମନୋରଞ୍ଜନ କରିବାରେ କେବେ ବି ପଛଘୁଞ୍ଚା ଦେଇନାହାଁନ୍ତି ।
ନିକଟରେ କ୍ରିଷ୍ଣା ତାଙ୍କ ବଏଫ୍ରେଣ୍ତଙ୍କ ସହ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଛନ୍ତି । ଭିଡିଓରେ, କ୍ରିଷ୍ଣା ଇବାନଙ୍କ ସହ ସମୁଦ୍ର କୂଳକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି ।