ଓଡିଶା

odisha

କୋରିଆନ ସିରିଜରେ କୋରୋନା ଭାଇରସର କାହାଣୀ

By

Published : Mar 27, 2020, 10:51 AM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ସିରିଜ ‘my secret terrius’ର ଭିଡିଓ କ୍ଲିପ। ଯେଉଁଥିରେ କୋରୋନା ଭାଇରାସ କାହାଣୀ ଦେଖିବାକୁ ମିଳୁଛି।

my secret terrius
ଫଟୋ ସୌଜନ୍ୟ: ୟୁଟ୍ୟୁବ

ମୁ୍ମ୍ବାଇ: ବର୍ତ୍ତମାନ ପୁରା ବିଶ୍ବରେ ବ୍ୟାପିସାରିଥିବା କୋରୋନା ଭାଇରସକୁ ନେଇ ଅସମ୍ଭାଳ ପରିସ୍ଥିତି। ଏହି ଭାଇରସରେ ଏଯାବତ 21 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। କୋରୋନା ଭାଇରସରୁ ଦେଶକୁ ବଞ୍ଚିବା ପାଇଁ ଏବେ ସାରା ଭାରତ ଲକଡାଉନ ଅଛି। ଇତିମଧ୍ୟରେ କୋରୋନା ଭାଇରସକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ମହାମାରୀକୁ ନେଇ 2018ରେ ଆସିଥିବା କୋରିଆନ ୱେବ ସିରିଜ ଆଧାରିତ ହୋଇଥିଲା।

ଭିଡିଓ ସୌଜନ୍ୟ: ଫେସବୁକ

ଆଜ୍ଞା ହଁ, 2018ରେ ନେଟଫ୍ଲେକ୍ସରେ ପ୍ରସାରିତ ହୋଇଥିବା ‘my secret terrius’ରେ ପୂର୍ବରୁ ମେକର୍ସ କୋରୋନା ଭାଇରସ ବିଷୟରେ ଆଲୋଚନା କରିସାରିଛନ୍ତି। ସିରିଜରେ ଡାକ୍ତର ଏହାର ଖୁଲାସା କରିଥିବେ ଯେ କୋରୋନା ଭାଇରସକୁ ମୋର୍ଟେଲିଟି ରେଟ 90 ଶତକଡା ପର୍ଯ୍ୟନ୍ତ ବଢାଇବା ପାଇଁ ଅନେକ ବୈଜ୍ଞାନିକ ଏହିପରି ମରଣାନ୍ତକ ଭାଇରସ ତିଆରି କରନ୍ତି। ସିରିଜରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଭାଇରସ ସଂସ୍ପର୍ଶରେ ଆସିବାର ମାତ୍ର 5 ମିନିଟ ମଧ୍ୟରେ ଆପଣଙ୍କ ଫୁସଫୁସକୁ କ୍ଷତି ପହଞ୍ଚାଇଥାଏ। ଏହାସହ କୋରୋନା ଭାଇରସରୁ ବଞ୍ଚିବା ପାଇଁ କୌଣସି ଭ୍ୟାକ୍ସିନ ତିଆରି ହୋଇନାହିଁ ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ସିରିଜର ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏବେ #chinesevirus19 ଟ୍ରେଣ୍ଡ ମଧ୍ୟ କରୁଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ସିରିଜର ଭିଡିଓ କ୍ଲିପ ସେୟାର କରି ସମସ୍ତଙ୍କୁ ଏହାର ସୂଚନା ଦେବାରେ ଲାଗିଛନ୍ତି। ସିରିଜ ଦେଖିବା ପରେ ଲୋକ ଏବେ କହୁଛନ୍ତି ଯେ କୋରୋନା ଭାଇସରର ଭବିଷ୍ୟବାଣୀ 2018ରେ କରାଯାଇଥିଲା ।

ABOUT THE AUTHOR

...view details