କୋଲକାତା: ପ୍ରତିବର୍ଷ ସହରର ଦୁର୍ଗା ପୂଜା କମିଟି ପରସ୍ପର ସହ ପ୍ରତିଦ୍ବନ୍ଦିତା କରି ପେଣ୍ଡାଲ ଏବଂ ପ୍ରତିମା ଧାରାରେ ନୂତନ ତଥା ଶାନଦାର ଥିମ୍ ବ୍ୟବହାର କରି ଭକ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଆନ୍ତି । ବିଶ୍ବବ୍ୟାପୀ କୋରୋନା ଭୟ ନିଶ୍ଚିତ ଭାବରେ ଚଳିତ ବର୍ଷ ଲୋକଙ୍କ ଆତ୍ମାକୁ ଦୁର୍ବଳ କରିନାହିଁ । ଯାହା କୋଲକାତାର ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି । ଏମିତି ଏକ ପୂଜା ମଣ୍ଡପ ବର୍ତ୍ତମାନ ବଲିଉଡ ସେଲିବ୍ରିଟିଙ୍କ ମନ କିଣିଛି ।
ଆଜ୍ଞା ହଁ, ଯେଉଁଥିରେ ମା' ଦୁର୍ଗା ଜଣେ ମହିଳା ପ୍ରବାସୀ ବେଶ୍ରେ ଦେଖାଯାଉଛନ୍ତି । ଆଉ ତାଙ୍କ ପିଲାଙ୍କ ରୂପରେ ସରସ୍ବତୀ, ଲକ୍ଷ୍ମୀ, କାର୍ତ୍ତିକ ଓ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି ।
କଥାଟି ହେଲା ଯେ ସହରର ଲୋକପ୍ରିୟ ପୂଜା ମଣ୍ଡପରେ ସାମିଲ ଅଛି ବେହାଲାର ବାରିଶା କ୍ଲବ । ଏହି ବର୍ଷ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି କ୍ଲବ ମା'ଦୁର୍ଗାଙ୍କୁ ପ୍ରବାସୀ ଭାବେ ଦେଖାଇଛନ୍ତି । ଯାହାର ଗୁଣଗାନ କରୁଛନ୍ତି ସେଲିବ୍ରିଟି ।
ଏହି କନ୍ସେପ୍ଟ ଡିଜାଇନ କରିଛନ୍ତି ରିଣ୍ଟୁ ଦାସ । ସେହିପରି ଏହାକୁ ମୂର୍ତ୍ତିରେ ପରିଣତ କରିଛନ୍ତି ପଶ୍ଚିମବଙ୍ଗର ନାଦିୟା ଜିଲ୍ଲାର କ୍ରିଷ୍ଣାନଗରର ମୂର୍ତ୍ତିକାର ପଲ୍ଲାବ ଭୌମିକ । ଲକଡାଉନରେ ସମସ୍ୟାର ସମ୍ମୁଖୀନ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଆଧାର କରି ଏହି ମୂର୍ତ୍ତି ନିର୍ମାଣ କରାଯାଇଛି ।