ମୁମ୍ବାଇ: ଲକଡାଉନ ପରେ ଅଭିନେତ୍ରୀ କିର୍ତ୍ତୀ କୁଲହାରୀ କାମକୁ ଫେରିଛନ୍ତି। କିର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ରେକର୍ଡିଂ ଷ୍ଟୁଡିଓରେ ନଜର ଆସିଛନ୍ତି । କିର୍ତ୍ତୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଗର୍ଲ ଅନ୍ ଦ ଟ୍ରେନ' ପାଇଁ ଡବିଂ କରୁଥିଲେ ।
ଫଟୋରେ କିର୍ତ୍ତୀ କାଜୁଆଲ୍ ଧଳା ଟି-ସାର୍ଟ ପିନ୍ଧି ହେଡଫୋନ୍ ଲଗାଇ ପୋଜ୍ ମାରୁଥିବାର ଦେଖିବାକୁ ମିଳିଛି ।