ମୁମ୍ବାଇ: 2007ର ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା’ ସୁପରହିଟ ହୋଇଥିଲା । ଯାହାର ରିମେକ ଫିଲ୍ମ ବର୍ତ୍ତମାନ ନିର୍ମାଣ ହେବାକୁ ଯାଉଛି । ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମରେ କ୍ୟୁଟ ଅଭିନେତା କାର୍ତ୍ତିକ ଆର୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ଖୁବଶୀଘ୍ର ‘ଭୁଲ ଭୁଲୈୟା 2’ର ସୁଟିଂ ଆରମ୍ଭ ହେବ । ଯାହାର ଘୋଷଣା ନିକଟରେ ଫିଲ୍ମ ମେକର୍ସ କରିଥିଲେ । ଏହାସହ ଫିଲ୍ମରୁ କାର୍ତ୍ତିକଙ୍କ ଫାଷ୍ଟ ଲୁକ ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।
ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଫିଲ୍ମ ପାଇଁ ମେକର୍ସଙ୍କୁ ଅଭିନେତ୍ରୀ ମିଳିଯାଇଛନ୍ତି । ଆଜ୍ଞା ହଁ, କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ କିୟାରା ଆଡଭାନୀ ଅଭିନୟ କରୁଥିବାର ଦେଖାଯିବେ ।