ଓଡିଶା

odisha

ETV Bharat / sitara

ପୁନିତ ପିନ୍ଧିଲେ 'ଖତରୋଂ କି ଖିଲାଡୀ' ତାଜ୍ - punit pathak

'ଖତରୋଂ କେ ଖିଲାଡୀ' ସିଜନ-9ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି । ଡାନ୍ସର ପୁନିତ ପାଠକ ବିଜେତା ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Mar 11, 2019, 2:23 PM IST

ମୁମ୍ବାଇ: ଗତକାଲି ଆକ୍ସନ କିଙ୍ଗ ରୋହିତ ସେଟ୍ଟୀଙ୍କ ବ୍ଲକବଷ୍ଟର ଆଡଭେଞ୍ଚର ଭିତ୍ତିକ ରିୟାଲିଟୀ ଶୋ 'ଖତରୋଂ କେ ଖିଲାଡୀ' ସିଜନ-9ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋରେ ସମସ୍ତଙ୍କୁ ପଛରେ ପକାଇ ପପୁଲାର କୋରିଓଗ୍ରାଫ ପୁନିତ ପାଠକ ଏଥରର 'ଖତରୋଂ କି ଖିଲାଡୀ' ଟ୍ରଫି ନିଜ ନାଁରେ କରିଛନ୍ତି ।

ଏହି ଶୋର ଷ୍ଟଣ୍ଟ ସୁଟ ମାସ ପୂର୍ବରୁ ଆର୍ଜେଣ୍ଟିନାରେ କରାଯାଇଥିଲା । 'ଖତରୋଂ କେ ଖିଲାଡୀ' ଥିବା ଖିଲାଡୀ ଅକ୍ଷୟ ସେଠାରେ ନଥିବେ ଏହା କେବେ ହୋଇପାରିବ । ଶୋର ଲାଷ୍ଟ ଏପିସୋଡରେ ଅକ୍ଷୟ ନିଜର ଜଲୱା ଦେଖାଇଥିଲେ ।

ପୁନିତ ଏହି ଶୋର ସବୁଠାରୁ ଦମଦାର ପ୍ରତିଯୋଗୀ ଥିଲେ ଏବଂ ତାଙ୍କ ପର୍ଫମାନ୍ୟ ଶାନଦାର ରହିଥିଲା । ଗ୍ରାଣ୍ଡ ଫାଇନାଲ 10 ସପ୍ତାହରେ 6 ଜଣ ପ୍ରତିଯୋଗୀ ଥିଲେ । ଏହି ପ୍ରତିଯୋଗୀମାନେ ହେଲେ ଭାରତୀ ସିଂହ, ପୁନିତ, ରିଦ୍ଧିମା ପଣ୍ଡିତ, ଆଦିତ୍ୟ ନାରାୟଣ, ଏଲ ଗୋନି ଏବଂ ସ୍ମିତା ସେଟ୍ଟୀ ।

ପ୍ରଥମ ଦୁଇଟି ଟାସ୍କରେ ସ୍ମିତା ଓ ଏଲ ଗୋନି ଫାଇନାଲ ରାଉଣ୍ଡରୁ ଆଉଟ ହୋଇଯାଇଥିଲେ । ଏହାପରେ ଆଦିତ୍ୟ, ପୁନିତ ଓ ରିଦ୍ଧିମା ଆଗାମୀ ଟାସ୍କ କରିଥିଲେ । ପରିଶେଷରେ ଏହି ଦୁଇ ଖେଳାଳୀଙ୍କୁ ପଛରେ ପକାଇ ପୁନିତ ବିଜେତା ହୋଇଛନ୍ତି ।

ବିଜେତା ହୋଇ ନିଜକୁ ଭାଗ୍ୟବାନ କହିଛନ୍ତି ପୁନିତ । ବିଜେତା ହେବା ଖୁସିରେ ସେ ପାର୍ଟି ମୁଡରେ ମଧ୍ୟ ନଜର ଆସୁଛନ୍ତି ।

ABOUT THE AUTHOR

...view details