ଓଡିଶା

odisha

ETV Bharat / sitara

ସିନେମାହଲରେ ରିଲିଜ ହେବନି ‘ଖାଲି ପିଲି’ - ଅନନ୍ୟ ପାଣ୍ଡେଙ୍କ ଅଭିନୀତ ଫିଲ୍ମ ଖାଲି ପିଲି ନ୍ୟୁଜ

ଗତ 7 ମାସରୁ ସିନେମାହଲ ବନ୍ଦ ଥିବାରୁ ଅନେକ ମେକର୍ସ ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିସାରିଛନ୍ତି । ହେଲେ ସିନେମାହଲରେ କରିପାରିବେନି ନିଜ ଫିଲ୍ମ ରିଲିଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଈଶାନ ଖଟ୍ଟର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଈଶାନ ଖଟ୍ଟର

By

Published : Oct 21, 2020, 4:33 PM IST

ମୁମ୍ବାଇ: ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଖାଲି ପିଲି’ ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ହେଲେ ଏବେ ମେକର୍ସଙ୍କୁ ମିଳିଲା ବଡ ଝଟକା । କାରଣ ଫିଲ୍ମ ରିଲିଜକୁ ମନା କରିଦେଲେ ଫିଲ୍ମ ବିତରକ। ମେକର୍ସ ବାରମ୍ବାର ଚେଷ୍ଟା ଚଳାଇଥିଲେ ଫିଲ୍ମକୁ ସିନେମାହଲରେ ରିଲିଜ କରିବାକୁ କିନ୍ତୁ ଫିଲ୍ମ ବିତରକ ପ୍ରଦର୍ଶନ ପାଇଁ ମନା କରିଛନ୍ତି । ସେମାନଙ୍କ ଅନୁଯାୟୀ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇସାରିଥିବା କୌଣସି ମଧ୍ୟ ଫିଲ୍ମକୁ ସିନେମାହଲରେ ବର୍ତ୍ତମାନ ରିଲିଜ କରାଯିବ ନାହିଁ ।

କଥାଟି ହେଲା ଯେ ‘ଶକୁନ୍ତଳା ଦେବୀ’, ‘ଗୁଲାବୋ ସିତାବୋ’, ‘ଲୁଟକେସ’ ଭଳି ‘ଖାଲି ପିଲି’ ଓଟିଟି ପ୍ଲାଟଫର୍ମରେ ସବ୍ସକ୍ରିପସନ୍ ଆଧାରରେ ରିଲିଜ ହୋଇନାହିଁ । ଏଥିପାଇଁ ଯେତେଥର ଫିଲ୍ମ ଦେଖିବେ ଦର୍ଶକ ଟଙ୍କା ଗଣିବେ । ସବ୍ସକ୍ରିପସନ୍ ଶୁଳ୍କ ବ୍ୟତୀତ ଏହି ଟଙ୍କା ଭରିବାକୁ ପଡିବ।

ସେହିପରି ମକବୁଲ ଖାନଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଖାଲି ପିଲି’ ଦେଖିବା ପାଇଁ ଦର୍ଶକଙ୍କୁ ସିନେମାହଲ ପରି ସବୁଥର ଟଙ୍କା ଦେବାକୁ ହେବ। ଯାହାକୁ ଆଧାର କରି ଫିଲ୍ମ ବିତରକ ଏପରି ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details