ହାଇଦ୍ରାବାଦ: ସାଉଥ୍ ଅଭିନେତା ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍- ଚାପ୍ଟର୍ ୨'ର ଟ୍ରେଲର ତାରିଖ ଘୋଷଣା କରାଯାଇଛି। ଫିଲ୍ମର ଟ୍ରେଲର ଚଳିତ ମାସ 27 ତାରିଖ ସନ୍ଧ୍ୟା 6.40ରେ ମୁକ୍ତିଲାଭ କରିବ । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସୋସିଆଲ ମିଡିଆ ଏହି ସୂଚନା ଦେଇଛନ୍ତି । ଫିଲ୍ମର ରିଲିଜ୍ ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଏପ୍ରିଲ 14ରେ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବାକୁ ଯାଉଛି ।
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ରବୀନା ଟଣ୍ଡନ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ପ୍ରଥମ ପାର୍ଟ 2018 ମସିହାରେ ମୁକ୍ତିଲାଭ କରିଥିଲା, ଯାହାପରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଯାଇଥିଲା । ସେବେଠାରୁ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ଦେଖିବା ପାଇଁ ପ୍ରଶଂସକମାନେ ଚାତକ ପରି ଚାହିଁ ବସିଥିଲେ।