ଓଡିଶା

odisha

ଖୁବ୍‌ ଶୀଘ୍ର ଘୋଷଣା ହେବ 'କେଜିଏଫ୍:ଚାପ୍ଟର 2' ରିଲିଜ୍‌ ଡେଟ୍

By

Published : Jan 29, 2021, 3:24 PM IST

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍: ଚାପ୍ଟର 2' ବିଷୟରେ ସଞ୍ଜୟ ଦତ୍ତ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ସେୟାର କରିଛନ୍ତି । ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ, 'କେଜିଏଫ୍ 2'ର ରିଲିଜ୍ ତାରିଖ ଆଜି ସନ୍ଧ୍ୟା 6.32 ମିନିଟରେ ଘୋଷଣା କରାଯିବ । ଅଧିକ ପଢନ୍ତୁ...

kgf-chapter-2-release-date-announcement-today-at-6-32-pm
'କେଜିଏଫ୍: ଚାପ୍ଟର 2' ରିଲିଜ୍ ଡେଟ୍ ର ଘୋଷଣା ଆଜି ସନ୍ଧ୍ୟା 6.32 ରେ

ହାଇଦ୍ରାବାଦ:ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି(ଶୁକ୍ରବାର) 'କେଜିଏଫ୍: ଚାପ୍ଟର 2'ର ରିଲିଜ ତାରିଖ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ସେୟାର କରିଛନ୍ତି । ଅଭିନେତା ସୋସିଆଲ ମିଡିଆରେ କହିଛନ୍ତି ଯେ 'କେଜିଏଫ୍ ୨'ର ରିଲିଜ୍ ତାରିଖ ଆଜି ସନ୍ଧ୍ୟାରେ ସେୟାର କରାଯିବ ।

ଅଭିନେତା ନିଜ ଟ୍ବିଟରରେ ଲେଖିଛନ୍ତି, 'ପ୍ରତିଶୃତି ପୂରଣ ହେବ । 'କେଜିଏଫ୍: ଚାପ୍ଟର 2' ରିଲିଜ୍ ତାରିଖ ଆଜି ସନ୍ଧ୍ୟା 6.32 ମିନିଟରେ ଘୋଷଣା କରାଯିବ ।

ଏହି ସିନେମାରେ ସଞ୍ଜୟ ଭିଲେନ ଅଧିରାର ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରବୀନା ଟଣ୍ଡନ୍ ମଧ୍ୟ ଅଭିନୟ କରିଛନ୍ତି ।

'କେଜିଏଫ୍: ଚାପ୍ଟର 2'ର ଟିଜର ସମସ୍ତ ରେକର୍ଡ ଭାଙ୍ଗିସାରିଛି । ଯାହାକୁ ନେଇ ମେକର୍ସଙ୍କ ଖୁସି କହିଲେ ନସରେ । ଜାନୁଆରୀ 7ରେ ମୁକ୍ତିଲାଭ କରିଥିବା ଏହାର ଟିଜରକୁ ୟୁଟ୍ୟୁବରେ 125 ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।

ପ୍ରକାଶ ଥାଉ ଯେ, ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details