ହାଇଦ୍ରାବାଦ: ଆସନ୍ତାକାଲି(ମଙ୍ଗଳବାର) ଠୁ ଆରମ୍ଭ ହେବ ବଲିଉଡ଼ ଷ୍ଟାର ବିକି କୌଶଲ ଓ କ୍ୟାଟ୍ରିନା କୈଫ(Vicky-Katrina)ଙ୍କ ବିବାହ ରସମ । ହେଲେ ବିବାହ ନେଇ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ବେଳେ ବିବାହ ପୂର୍ବରୁ କ୍ୟାଟ୍ରିନାଙ୍କ ପରିବାର ବିକିଙ୍କ ଘରକୁ ଯାଇଛନ୍ତି । ଯାହା ଉଭୟଙ୍କ ବିବାହକୁ ଆହୁରି ସ୍ପଷ୍ଟ କରିଛି । ଏବେ ସେହି ସମୟରେ ଏକ ଫଟୋ ମଧ୍ୟ ନଜର ଆସିଛି । ଯେଉଁଥିରେ କ୍ୟାଟ୍ରିନାଙ୍କ ମା’ ଓ ତାଙ୍କ ପରିବାର ଗତକାଲି ବିକିଙ୍କ ଘରୁ ବାହରୁଥିବାର ଦେଖିବାକୁ ମିଳିଥିଲା । କ୍ୟାଟ୍ରିନା ଏକ ଅଫ ହ୍ବାଇଟ ଶାଢୀ ପିନ୍ଧିଥିବା ନଜର ଆସିଥିବା ବେଳେ ତାଙ୍କ ମା ଏକ ଶାଗୁଆ ରଙ୍ଗର ସାଲ୍ୱାର ସୁଟ ପିନ୍ଧିଥିବାର ନଜର ଆସିଥିଲେ । ତାଙ୍କ ଭଉଣୀ ମଧ୍ୟ ଏକ ବ୍ଲୁ ରଙ୍ଗର କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି ।
Vicky-Katrina wedding: ବିବାହ ପୂର୍ବରୁ ମା’ଙ୍କ ସହ ବିକିଙ୍କ ଘରେ କ୍ୟାଟ୍ରିନା
ବିବାହ ପୂର୍ବରୁ ବିକିଙ୍କ ଘରେ ପହଞ୍ଚିଲେ କ୍ୟାଟ୍ରିନାଙ୍କ ପରିବାର । କ୍ୟାଟ୍ରିନାଙ୍କ ମା’ ଓ ତାଙ୍କ ପରିବାର ଗତାକଲି ବିକିଙ୍କ ଘରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ
Vicky-Katrina wedding:ବିବାହ ପୂର୍ବରୁ ବିକିଙ୍କ ଘରେ ପହଞ୍ଚିଲେ କ୍ୟାଟ୍ରିନାଙ୍କ ସହ ତାଙ୍କ ମା'
ଆସନ୍ତାକାଲି ଠୁ ତିନିଦିନ ଧରି ବିକି କ୍ୟାଟଙ୍କ ବିବାହ ରସମ ଅନୁଷ୍ଠିତ ହେବ । ବାହାଘର ସଙ୍ଗୀତ, ମେହେନ୍ଦୀ ସହିତ ସମସ୍ତ ରୀତିନୀତି ହିନ୍ଦୁ ପରମ୍ପରାରେ ହେବ । ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ସିକ୍ସ ସେନ୍ସ ଫୋର୍ଟ ହୋଟେଲ (Six Senses Fort Hotel )ରେ ବିକି ଏବଂ କ୍ୟାଟ୍ରିନାଙ୍କ ବିବାହ ଅନୁଷ୍ଠିତ ହେବ। ଉଭୟଙ୍କ ପରିବାର ଓ ବିଟାଉନର କିଛି ନାମୀଦାମୀ ଷ୍ଟାର ବିବାହରେ ଯୋଗଦେବା ନେଇ ସୂଚନା ରହିଛି ।